Masthead

ଓଟିଟିରେ ରିଲିଜ ହେବ ବାୟୋପିକ୍ ଫିଲ୍ମ ‘ସରଦାର ଉଦ୍ଧମ ସିଂ’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ହ୍ୟାଣ୍ଡସମ ହଙ୍କ୍ ଭିକି କୌଶଲଙ୍କୁ ନେଇ ଏବେ କାଫି ଚର୍ଚ୍ଚା ହେଉଛି ବି ଟାଉନରେ । କ୍ୟାଟ୍ରିନା ଓ ଭିକିଙ୍କ ସିକ୍ରେଟ୍ ଏନଗେଜ୍ ଗୁଜବ ଏବେ ଛାଇ ଯାଇଛି ସୋସିଆଲ ମିଡିଆରେ । ଫ୍ୟାନ୍ସ ମାନେ ବି ବେଶ ଉତ୍ସାହିତ ରହିଛନ୍ତି ଦୁହିଁଙ୍କ ମ୍ୟାରେଜକୁ ନେଇ । ତେବେ ଭିକିଙ୍କ ପର୍ଶନାଲ କଥା ଛାଡି ଫ୍ରଫେଶନାଲ କଥା କହିବାକୁ ଗଲେ ସେ ତାଙ୍କ ଅପକମିଙ୍କ ମୁଭି ସରଦାର ଉଦ୍ଦମ ସିଂର ରିଲିଜ ପାଇଁ ଏବେ ପ୍ରିପେୟାର ହେଉଛନ୍ତି । ଏହି ମୁଭିଟି ବଡ ପରଦା ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ।

ସୂଚନା ଅନୁସାରେ ମହାମାରୀ ପରିସ୍ଥିତିକୁ ଦେଖି ଫିଲ୍ମର ନିର୍ମାତାମାନେ ଏହି ବାୟୋପିକ ଫିଲ୍ମକୁ ସିଧାସଳଖ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ରିଲିଜ କରିବେ ।  ଭିକି କୌଶଲଙ୍କର ଏହି ମୁଭିର ସୁଟିଂ ଡିସେମ୍ବର ୨୦୧୯ରେ ଶେଷ ହୋଇଥିଲା । କିନ୍ତୁ ଏହା ଏକ ବିଗ୍ ବଜେଟ ମୁଭି ହୋଇଥିବାରୁ ମୁଭିର ପୋଷ୍ଟ ପ୍ରଡକ୍ସନ କାମରେ ଅନେକ ସମୟ ଲାଗିଥିଲା । ଦେଶର ବିଭିନ୍ନ ସ୍ଥାନରେ ଏହି ବାୟୋପିକ୍ ଫିଲ୍ମକୁ ସୁଟିଂ କରାଯାଇଛି । ଭିକି କୌଶଲଙ୍କ ସହ ବନିତା ସାନ୍ଧୁଙ୍କୁ ଏଥିରେ ଲିଡ କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ନିକଟରେ ଏହି ମୁଭିର ଡବିଂ ମଧ୍ୟ ସାରିଛନ୍ତି ଭିକି, ଯାହାର ଅପଡେଟ ସେ ନିଜ ସୋସିଆଲ ମିଡିଆ ଜରିଆରେ ସେୟାର କରିଛନ୍ତି ।

ଏହା ବ୍ୟତୀତ ଭିକି ତାଙ୍କର ଆଉ ଏକ ମୁଭି ଦ ଗ୍ରେଟ୍ ଇଣ୍ଡିଆନ ଫ୍ୟାମିଲି ମଧ୍ୟ କମ୍ପଲିଟ୍ କରି ସାରିଛନ୍ତି । ଏହା ସହ ଖୁବଶୀଘ୍ର ସେ ସାମ୍ ବାହାଦୁର ଓ ମିଷ୍ଟର ଲେଲେ ରେ ବି ନଜର ଆସିବେ । ତେବେ ଭିକିଙ୍କ ପର୍ଶନାଲ କଥା କହିବାକୁ ଗଲେ ବର୍ତ୍ତମାନ ସେ କ୍ୟାଟ୍ରିନା କୈଫଙ୍କୁ ଡେଟ୍ କରୁଛନ୍ତି । ନିକଟରେ କ୍ୟାଟ୍ରିନା ଓ ଭିକି ସିକ୍ରେଟଲି ଏନଗେଜ ହୋଇ ଯାଇଛନ୍ତି ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ଏହା ସତ କି ଗୁଜବ ତାହା ଏଯାଏଁ ଜଣାପଡି ନାହିଁ । ତେବେ ଆଗକୁ ଭିକି ଓ କ୍ୟାଟ୍ରିନା କେବେ ମ୍ୟାରେଜ କରୁଛନ୍ତି ତାହା ଦେଖିବାକୁ କାଫି ଏକ୍ସସାଇଟେଟ୍ ରହିଛନ୍ତି ଫ୍ୟାନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି