Masthead

ଅଶ୍ୱିନ୍ ଦେଲେ ଅନ୍ତିମ ଚେତାବନୀ : ପରେ ମୋତେ ଦେଷ ଦେବ ନାହିଁ

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଗତକାଲି ଆଇପିଏଲର ୧୯ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଶ୍ରେୟାସ୍ ଆୟରଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ । ମ୍ୟାଚକୁ ଦିଲ୍ଲୀ ୫୯ ରନରେ ବାଙ୍ଗାଲୋରକୁ ପରାସ୍ତ କରିଥିଲା । ମ୍ୟାଚରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିଲେ ଅଶ୍ୱିନ୍ । ଅଶ୍ୱିନ୍ ବୋଲିଂ କରିବା ସମୟରେ ବାଙ୍ଗାଲୋରର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ ନନ୍ ଷ୍ଟ୍ରାଇକରରେ ଥିଲେ । ସେ ବୋଲିଂ କରିବା ପୂର୍ବରୁ ଫିଞ୍ଚ ନନ୍ ଷ୍ଟ୍ରାଇକର କ୍ର୍ରିଜର ଆଗକୁ ପଳାଇଥିଲେ । ଅଶ୍ୱିନ୍ ଫିଞ୍ଚଙ୍କୁ ରନ ଆଉଟ(ମଙ୍କେଡ଼ିଂ)ନ କରି ଚେତାବନୀ ଦେଇଥିଲେ ।

୨୦୧୯ ଆଇପିଏଲରେ ପଞ୍ଜାବ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପଞ୍ଜାବ ଅଧିନାୟକ ଥିବା ଅଶ୍ୱିନ୍ ରାଜସ୍ଥାନ ବ୍ୟାଟ୍ସମ୍ୟାନ ଜସ୍ ବଟଲରଙ୍କୁ ମଙ୍କେଡ଼ିଂ କରି ଆଉଟ କରିଥିଲେ ।ଏହି ଘଟଣା ପରେ ଅଶ୍ୱିନଙ୍କ ଉପରେ ବହୁ କ୍ରୀଡ଼ାବିତ୍ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ଚଳିତ ବର୍ଷ ମଧ୍ୟ ଠିକୁ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କିନ୍ତୁ ଆଉଟ ନକରି ଚେତାବନୀ ଦେଇଥିଲେ । ମ୍ୟାଚ ପରେ ଅଶ୍ୱିନ୍ ଟ୍ୱୁଟ୍ କରି କହିଛନ୍ତି କି ଏହା ୨୦୨୦ ପାଇଁ ପ୍ରଥମ ଏବଂ ଅନ୍ତିମ ଚେତାବନୀ । ମୁଁ ଏହାକୁ ଅଫିସିଆଲ୍ କରୁଛି ଏବଂ ପରେ ମୋତେ କେହି ଦୋଷ ଦେବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି