Before Header

ବିଧାୟକଙ୍କୁ ହତ୍ୟା ଧମକ ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

0 1,883

କଣ୍ଟାବାଞ୍ଝି (ବଡ଼ ଖବର ବ୍ୟୁରୋ): ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ହତ୍ୟା ଧମକ ପ୍ରତିବାଦରେ ଆଜି କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । ଗତକାଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଜୀବନରେ ମାରିବା ଦେବା ଘଟଣାରେ ଆଜି ନଗର କଂଗ୍ରେସ ତରଫରୁ ସକାଳ ୬ରୁ ସନ୍ଧ୍ୟା ୬ କଣ୍ଟାବାଞ୍ଜି ସହର ବନ୍ଦ ଘୋଷଣା କରାଯାଇଛି ।

ଜରୁରୀକାଳୀନ ସେବା ବ୍ୟତୀତ ସବୁ ଦୋକାନ ବଜାର, ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଛି । ସ୍କୁଲ, କଲେଜ, ଖୋଲା ରହିଛି । ଆଜି ଦଶମ ବୋର୍ଡ ପରୀକ୍ଷା ଥିବାରୁ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ନେଇ ଲାଗିଥିଲା ପୋଷ୍ଟର ।

Leave A Reply

Your email address will not be published.