Masthead

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର କରି ଛେଚା ଖାଇଲେ ପୁରୁଷ ସରପଞ୍ଚ

ବଲାଙ୍ଗୀର((ବଡ଼ ଖବର ବ୍ୟୁରୋ ):) ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର କରି ହରଡଘଣାରେ ସରପଞ୍ଚ ।ସରପଞ୍ଚଙ୍କ ସ୍ଵାମୀ ହାତରେ ଛେଚା ଖାଇଲେ ପୁରୁଷ ସରପଞ୍ଚ। ସିସି ଟିଭିରେ କଏଦ ହୋଇଛି ପିଟାମରା ବେଳର ଭିଡିଓ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକରେ ଘଟିଛି ଏଭଳି ଘଟଣା ।ଏନେଇ ଦେଓଗାଁ ଥାନାରେ କୁତୁର୍ଲା ସରପଞ୍ଚ ତେଜ ହରପାଲ, ହାତୀସରା ସରପଞ୍ଚ କେଲୋ ଡାଙ୍ଗଙ୍କ ବିରୋଧରେ ଏତଲା ଦେଇଛନ୍ତି । ହେଲେ ଅଭିଯୁକ୍ତ ସରପଞ୍ଚଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନନେଇ ପୋଲିସ ଚୁପ୍ ବସିଛି

ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ପିଇଓ ଗୋପାଳ ଷଡଙ୍ଗୀଙ୍କ ସହ ବହଲି ଛକ ନିକଟରେ ଥିବା ହୋଟେଲକୁ ଖାଇବାକୁ ଯାଇଥିଲେ ହାତୀସରା ସରପଞ୍ଚ କେଲୋ ଡାଙ୍ଗ ଓ କୁତୁର୍ଲା ସରପଞ୍ଚ ତେଜ ହରପାଳ। ସାଥିରେ ଥିଲେ ସରପଞ୍ଚ ତେଜଙ୍କ ସ୍ୱାମୀ ଡମ୍ବୁରୁଧର । ସ୍ୱାମୀ ଖାଇବା ଅର୍ଡ଼ର ଦେବାକୁ ଯାଇଥିବା ବେଳେ ସରପଞ୍ଚ କେଲୋ ଇଓଙ୍କ ଉପସ୍ଥିତରେ ମହିଳା ସରପଞ୍ଚ ତେଜଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସ୍ୱାମୀ ପାଖକୁ ଆସିବା ପରେ ଘଟଣା ସମ୍ପର୍କରେ ଜାଣି ସରପଞ୍ଚ କେଲୋଙ୍କ ସହ ବଚସା ହୋଇଥିଲା ।

ଏପରିକି କଥା ହାତାହାତି ଯାଏ ଯାଇଥିଲା ଯାହା ହୋଟେଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ ମହିଳା ସରପଞ୍ଚ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ହେଲେ ହାତୀସରା ସରପଞ୍ଚ ଶାସକ ଦଳର ହୋଇଥିବାରୁ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ନ ନେଇ ଚୁପ ବସିଛି । ଓଲଟା ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କୁ ପୋଲିସ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ହାତୀସରା ସରପଞ୍ଚଙ୍କୁ ଗିରଫ କରିବା ଦାବିରେ ୨୪ ଘଣ୍ଟାର ମହଲତ ଦେଇଛି । କଂଗ୍ରେସ ଏସି ସେଲ। ଏନେଇ ଥାନା ଅଧିକାରୀଙ୍କୁ ଏକ ଦାବୀ ପତ୍ର ଦେବା ସହ କାର୍ୟ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେପଟେ ଏନେଇ ପୋଲିସ କିମ୍ବା ଅଭିଯୁକ୍ତ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ