Masthead

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର କରି ଛେଚା ଖାଇଲେ ପୁରୁଷ ସରପଞ୍ଚ

ବଲାଙ୍ଗୀର((ବଡ଼ ଖବର ବ୍ୟୁରୋ ):) ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର କରି ହରଡଘଣାରେ ସରପଞ୍ଚ ।ସରପଞ୍ଚଙ୍କ ସ୍ଵାମୀ ହାତରେ ଛେଚା ଖାଇଲେ ପୁରୁଷ ସରପଞ୍ଚ। ସିସି ଟିଭିରେ କଏଦ ହୋଇଛି ପିଟାମରା ବେଳର ଭିଡିଓ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକରେ ଘଟିଛି ଏଭଳି ଘଟଣା ।ଏନେଇ ଦେଓଗାଁ ଥାନାରେ କୁତୁର୍ଲା ସରପଞ୍ଚ ତେଜ ହରପାଲ, ହାତୀସରା ସରପଞ୍ଚ କେଲୋ ଡାଙ୍ଗଙ୍କ ବିରୋଧରେ ଏତଲା ଦେଇଛନ୍ତି । ହେଲେ ଅଭିଯୁକ୍ତ ସରପଞ୍ଚଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନନେଇ ପୋଲିସ ଚୁପ୍ ବସିଛି

ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ପିଇଓ ଗୋପାଳ ଷଡଙ୍ଗୀଙ୍କ ସହ ବହଲି ଛକ ନିକଟରେ ଥିବା ହୋଟେଲକୁ ଖାଇବାକୁ ଯାଇଥିଲେ ହାତୀସରା ସରପଞ୍ଚ କେଲୋ ଡାଙ୍ଗ ଓ କୁତୁର୍ଲା ସରପଞ୍ଚ ତେଜ ହରପାଳ। ସାଥିରେ ଥିଲେ ସରପଞ୍ଚ ତେଜଙ୍କ ସ୍ୱାମୀ ଡମ୍ବୁରୁଧର । ସ୍ୱାମୀ ଖାଇବା ଅର୍ଡ଼ର ଦେବାକୁ ଯାଇଥିବା ବେଳେ ସରପଞ୍ଚ କେଲୋ ଇଓଙ୍କ ଉପସ୍ଥିତରେ ମହିଳା ସରପଞ୍ଚ ତେଜଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସ୍ୱାମୀ ପାଖକୁ ଆସିବା ପରେ ଘଟଣା ସମ୍ପର୍କରେ ଜାଣି ସରପଞ୍ଚ କେଲୋଙ୍କ ସହ ବଚସା ହୋଇଥିଲା ।

ଏପରିକି କଥା ହାତାହାତି ଯାଏ ଯାଇଥିଲା ଯାହା ହୋଟେଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ ମହିଳା ସରପଞ୍ଚ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ହେଲେ ହାତୀସରା ସରପଞ୍ଚ ଶାସକ ଦଳର ହୋଇଥିବାରୁ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ନ ନେଇ ଚୁପ ବସିଛି । ଓଲଟା ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କୁ ପୋଲିସ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ହାତୀସରା ସରପଞ୍ଚଙ୍କୁ ଗିରଫ କରିବା ଦାବିରେ ୨୪ ଘଣ୍ଟାର ମହଲତ ଦେଇଛି । କଂଗ୍ରେସ ଏସି ସେଲ। ଏନେଇ ଥାନା ଅଧିକାରୀଙ୍କୁ ଏକ ଦାବୀ ପତ୍ର ଦେବା ସହ କାର୍ୟ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେପଟେ ଏନେଇ ପୋଲିସ କିମ୍ବା ଅଭିଯୁକ୍ତ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି