Masthead

ସାବରକର ହେବେ ଜାତିର ପିତା: ରଣଜୀତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ବିନାୟକ ଦାମୋଦର ସାବରକର ହୋଇ ପାରନ୍ତି ଜାତିର ପିତା । ବିଜେପି ସାବରକରଙ୍କୁ ଜାତିର ପିତା କରିବା କଥା ଚିନ୍ତା କରୁଛି । ଏପରି କିଛି ମନ୍ତବ୍ୟ ରଖିଛନ୍ତି ବିନାୟକ ଦାମୋଦର ସାବରକରଙ୍କ ନାତି । ବିନାୟକ ଦାମୋଦର ସାବରକର ଏବେ ପୁଣି ଚର୍ଚ୍ଚାରେ । ବହୁ ସମାଲୋଚନା କରୁଛନ୍ତି ତାଙ୍କୁ ବିରୋଧୀ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ବିବାଦୀୟ ବୟାନ ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ଏମିତିକି ସାବରକର ଖୁବ ଶୀଘ୍ର ଜାତିର ପିତା ହେବାକଥା ସାମ୍ନାକୁ ଆସିଛି ।

ତେବେ ସାବରକରଙ୍କ ନାତି ଏହି କଥା ସାମ୍ନାକୁ ଆଣିଛନ୍ତି । ବିନାୟକ ଦାମୋଦରଙ୍କ ନାତି ରଣଜୀତ ସାବରକର କହିଛନ୍ତି ଯେ, ବିଜେପି ଭୀର ସାବରକରଙ୍କୁ ଖୁବଶୀଘ୍ର ଜାତିର ପିତା ଭାବେ ପ୍ରୋଜେକ୍ଟ କରିପାରନ୍ତି । ସେ ଏହାମଧ୍ୟ କହିଛନ୍ତି ଯେ, ଭାରତ ଭଳି ଦେଶରେ କେବେ ହେଲେ ଗୋଟିଏ ପିତା ରହିପାରିବେ ନାହିଁ । ଭାରତର ୫ହଜାର ବର୍ଷରୁ ଅଧିକ ବର୍ଷର ଇତିହାସ ରହଛି । ଏହି ରାଷ୍ଟ୍ର ସୃଷ୍ଟିରେ ଅନେକ ଲୋକଙ୍କ ବହୁ ଅବଦାନ ରହିଛି । ତେଣୁ ମହାତ୍ମା ଗାନ୍ଧିଙ୍କୁ ମୁଁ ଜାତିର ପିତା ବୋଲି ମାନୁ ନାହିଁ ।

ମଙ୍ଗଳବାର ଅସଦୁଦ୍ଦିନ ଓୱେସି ରାଜନାଥ ସିଂଙ୍କ ମନ୍ତବ୍ୟକୁ ନେଇ ବିଜେପିକୁ କାଉଣ୍ଟର କରିଥିଲେ । ସେ କହିଥିଲେ ଯେ, ବିଜେପି ଖୁବଶୀଘ୍ର ସାବରକରଙ୍କୁ ଜାତିର ପିତା ଘୋଷଣା କରିବ । କାହିଁକି ନା ସାବରକରଙ୍କ ଭୁଲ ପାଇଁ ମହାତ୍ମା ଗାନ୍ଧିଙ୍କୁ ଦୋଷୀ କୁହାଯାଉଛି । ରଣଜୀତ ସାବରକର ଆହୁରି ମଧ୍ୟ କହିଛନ୍ତି ଯେ, ମୋ ଜେଜେ ବାପା ବ୍ରିଟିଶ ମାନଙ୍କୁ ତାଙ୍କ ନିଜ ପାଇଁ ଭୁଲ ମାଗି ନାହାନ୍ତି । ସେ ଅନ୍ୟାନ୍ୟ ବନ୍ଦୀମାନଙ୍କ ପାଇଁ ଭୁଲ ମାଗିଛନ୍ତି । ଯଦି ସେ କ୍ଷମାପ୍ରାର୍ଥନା ମାଗିଥାନ୍ତେ ତେବେ ତାଙ୍କୁ କିଛି ପଦ ଦିଆଯାଇଥାନ୍ତି କି ? ବୋଲି ପ୍ରଶ୍ନ କରିଛନ୍ତି ରଣଜୀତ ।

ଏହାଛଡ଼ା ମାହାତ୍ମା ଗାନ୍ଧି ପାଇଥିବା ଚିଠି ପୂର୍ବରୁ ମହାତ୍ମା ଗାନ୍ଧି ସାବରକରଙ୍କୁ ପିଟିସନ ଦାଖଲ କରିବାକୁ ଚିଠି ଦେିଥିଲେ ବୋଲି ମଧ୍ୟ ରଣଜୀତ କହିଛନ୍ତି । ପ୍ରଥମେ ରାଜନାଥ ସିଂଙ୍କ ଗାନ୍ଧି ଓ ସାବରକରଙ୍କୁ ନେଇ ଆସିଥିଲା ଏକ ସମ୍ବେଦନଶୀଳ ମନ୍ତବ୍ର । ଯାହାକୁ ନେଇ ରାଜନୀତି ଥମିନି, ଏବେ ରଣଜୀତ ସାବରକର ଏହି ନିଆଁରେ ଘିଅ ଢାଳିବା ଭଳି କାମ କରିଛନ୍ତି । ଭାରତରେ ଗୋଟିଏ ପିତା ରହିପାରିବେନି ବୋଲି କହି ଏହି ବିବାଦରେ ଏକ ନୂଆ ରୂପ ଦେଇଛନ୍ତି ରଣଜୀତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା