Masthead

ଏକ୍ସପାରୀ ମେଡିସିନ ବାଣ୍ଟିବା ଘଟଣା, ଦୁଇ ଶିକ୍ଷୟିତ୍ରୀ ସସପେଣ୍ଡ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଅଠରବାଙ୍କି ଲକ୍ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କୁ ଏକ୍ସପାରୀ ଫୋଲିକ ଏସିଡ (ଆଇରନ) ବଟିକା ଦେବା ଘଟଣାରେ ଦୁଇଜଣ ଶିକ୍ଷୟତ୍ରୀଙ୍କୁ ସସପେଣ୍ଡ କରିଛି ଶିକ୍ଷା ବିଭାଗ। ସେମାନେ ହେଲେ ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ସାମଲ ଓ ସହକାରୀ ଶିକ୍ଷୟତ୍ରୀ ଦିପ୍ତୀ କୁମାରୀ ସ୍ୱାଇଁ। ଏଥିସହିତ ବିଦ୍ୟାଳୟର ଆଉ ଦୁଇଜଣ ଶିକ୍ଷୟତ୍ରୀଙ୍କୁ ମଧ୍ୟ କାରଣଦର୍ଶାଅ ନୋଟିସ ଦେଇଛନ୍ତି କୁଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀ। ସୋମବାର ସ୍କୁଲର ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପରେ ଫୋଲିକ ଏସିଡ ଆଇରନ ବଟିକା ଖାଇବାକୁ ଦିଆଯାଇଥିଲା।

ବଟିକା ଖାଇବାର ଏକ ଘଣ୍ଟାରୁ ଦୁଇଘଣ୍ଟା ଭିତରେ ୧୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କର ପେଟ କାମୁଡିବା ସହିତ ବାନ୍ତି ହୋଇଥିଲା ଏବଂ କିଛି ପିଲାଙ୍କ ଦେହରେ ଆଲର୍ଜିକ ହୋଇ ଫଳି ଯାଇଥିଲା। ଛାତ୍ରଛାତ୍ରୀଙ୍କୁ ଅଠରବାଙ୍କୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବା ପରେ ସେମାନେ ସୁସ୍ଥ ହୋଇଥିଲେ। ଘଟଣାକୁ ନେଇ କଲୋନୀରେ ଉତ୍ତେଜନା ଦେଖାଦେବା ସହିତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ୪ ଘଣ୍ଟା କାଳ ଅଟକ ରଖିବାପରେ ଛାଡି ଦେଇଥିଲେ କଲୋନୀ ଲୋକେ।

ଘଟଣାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଦନ୍ତ କରିଥିବା ବେଳେ ମଙ୍ଗଳବାର ବ୍ଲକ ଶିକ୍ଷାବିଭାଗ ଓ ଡାକ୍ତରୀ ଟିମ ପକ୍ଷରୁ ତଦନ୍ତ କରାଯାଇଥିଲା। ସ୍କୁଲରେ ନୂଆ ଔଷଧ ସହିତ ପୁରୁଣା ଔଷଧ ଷ୍ଟକ ଥିବା ଦେଖିବାକୁ ପାଇଥିଲା ଶିକ୍ଷାବିଭାଗ ଓ ଡାକ୍ତରୀ ଟିମ । ଏହାକୁ ନେଇ ଦୁଇ ଶିକ୍ଷୟତ୍ରୀଙ୍କୁ ସସପେଣ୍ଡ କରିବା ସହିତ ଦୁଇ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼