Masthead

ଅଗ୍ନିକାଣ୍ଡରେ ଚାଲିଗଲା ୨୫ ଜଣଙ୍କ ଜୀବନ

25 people lost their lives in the fire

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରୁଷିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡରେ ଚାଲିଗଲା ୨୫ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ୩ ଶିଶୁ ଥିବା ଜଣାଯାଇଛି। ଦକ୍ଷିଣ ରୁଷିଆର ଦାଗେସ୍ତାନ ଅଞ୍ଚଳରେ ଗତ ରାତିରେ ଏହି ସାଂଘାତିକ ଅଗ୍ନିକାଣ୍ଡ ଘଟିଛି। ଦାଗେସ୍ତାନ ଅଞ୍ଚଳରେ ଥିବା ଏକ ଅଟୋ ୱାର୍କସପ୍ରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ନିକଟସ୍ଥ ଗ୍ୟାସ୍ ଷ୍ଟେଶନରେ ଲାଗି ଯାଇଥିବା ବେଳେ ଆଖି ପିଛୁଳାକେ ବ୍ୟାପି ଯାଇଥିଲା। ଯାହାଦ୍ୱାରା ଅନେକ ଜନ ଜୀବନ ନଷ୍ଟ ହୋଇ ଗଲା ।
ଫଳରେ ଉକ୍ତ ସମୟରେ ସେଠାରେ ଉପସ୍ଥିତ ଲୋକେ ନିଆଁରେ ପଡ଼ି ଜୀଅନ୍ତା ଜଳି ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଏହା ଏକ ଯୁଦ୍ଧ ଦୃଶ୍ୟଠୁ କିଛି କମ୍ ଭୟଙ୍କର ନଥିଲା। ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲ। । ନିଆଁକୁ ଆୟତ୍ତ କରିବା ପାଇଁ ସେମାନଙ୍କୁ ପ୍ରାୟ ୪ଘଣ୍ଟା ସମୟ ଲାଗିଥିଲା। ଏହାପରେ ତା’ ମଧ୍ୟରୁ ୨୫ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଅଗ୍ନିକାଣ୍ଡରେ ୬୬ ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୧୦ ଶିଶୁ ଥିବା ଦାଗେସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ