Masthead

ଆଜି ଜାମ୍ମୁକାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଜାମ୍ମୁକାଶ୍ମୀର (ବଡ଼ ଖବର ବ୍ୟୁରୋ): ଆଜି ଜାମ୍ମୁ ଓ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୨୬ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ୬ ଜିଲ୍ଲାରେ ୨୫ ଲକ୍ଷ ଭୋଟର ମତଦାନ କରିବେ । କଡା଼ ସୁରକ୍ଷାରେ ଭୋଟିଂ ଚାଲିଥିବା ବେଳେ ଶହ ଶହ ଭୋଟର ମତଦାନ କେନ୍ଦ୍ରରେ କରୁଛନ୍ତି ମତଦାନ। ବୁଦ୍ଧଲ ସଂରକ୍ଷିତ ଆସନରେ ସବୁଠାରୁ କମ ୪ ପ୍ରାର୍ଥୀ ରହିଛନ୍ତି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ସେ ଗନ୍ଦେରବାଲ ଓ ବୁଦଗାଁରୁ ଲଢୁଛନ୍ତି।

ଗନ୍ଦେରବାଲରେ ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ପିଡିପିର ବାସିର ଅହମ୍ମଦ ମୀର। ବୁଦଗାଁରେ ଓମାରଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ପିଡିପିର ଆଗା ସୟିଦ ମୁନ୍ତାଜିର ମେହଦି। ଇଦଗାରେ ଲଢୁଛନ୍ତି ପୂର୍ବତନ ବାଚସ୍ପତି ତଥା ଏନସି ପ୍ରାର୍ଥୀ ମୁବାରକ ଗୁଲ। ସେଣ୍ଟ୍ରାଲ ସାଲଟେଙ୍ଗରେ ଲଢୁଛନ୍ତି ପିସିସି ସଭାପତି ତାରିକ ହମିଦ କାରା। ନୌଶେରାରୁ ଲଢୁଛନ୍ତି ବିଜେପି ସଭାପତି ରବିନ୍ଦର ରାଇନା। ତେବେ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ଜାମ୍ମୁକାଶ୍ମୀରରେ ହେଉଛି ବିଧାନସଭା ନିର୍ବାଚନ। ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଥିବାବେଳେ ଭୋଟିଂ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ