Masthead

ବିନା ଟ୍ରାଏଲରେ ହେଲା ସିଲେକ୍ସନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ମଙ୍ଗଳବାର ଭାରତୀୟ ଅଲିମ୍ପିକ ଆସୋସିଏସନର ଆଡ-ହକ୍ କମିଟି ଦ୍ୱାରା ଏସିଆନ ଗେମ୍ସ ପାଇଁ କରାଯାଇଛି ଚୟନ । ଯାହାକୁ ନେଇ ସ୍ୱର ଉଠାଇଛନ୍ତି କୁସ୍ତିଯୋଦ୍ଧା । ବିନା ଟ୍ରାଏଲରେ କିପରି ସିଲେକ୍ସନ କରାଯାଉଛି ବୋଲି ଆଣିଛନ୍ତି ଆଲିଗେସନ ।

ଏସିଆନ ଗେମ୍ସ ଟ୍ରାଏଲକୁ ନେଇ ଆସିଲା ଅଭିଯୋଗ । ପ୍ରଶ୍ନ ଉଠାଇଲେ କୁସ୍ତିଯୋଦ୍ଧା । ବିନା ଟ୍ରାଏଲରେ କିପରି ସିଲେକ୍ସନ କରାଯାଉଛି ବୋଲି ଆଣିଲେ ଆଲିଗେସନ । ସିଧାସଳଖ ପୁରୁଣା ଖେଳାଳିଙ୍କୁ ମଉକା ମିଳୁଥିବାରୁ ମୁହଁ ଖୋଲିଲେ ଯୁବ ଖେଳାଳି । ହରିଆଣା ହିସାରରୁ ଆସିଥିବା ୧୯ ବର୍ଷୀୟ ଅନ୍ତିମ ପାଙ୍ଗଲ ଆଣିଛନ୍ତି ପ୍ରଶ୍ନ । ଦୀର୍ଘ ଦିନ ଧରି ସେ ଅଭ୍ୟାସ କରି ଆସୁଛନ୍ତି । ତେବେ ବିନା ଟ୍ରାଏଲରେ ବିନେଶଙ୍କୁ କାହିଁକି ଚୟନ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

କେବଳ ଅନ୍ତିମ ବୋଲି ନୁହଁନ୍ତି, ରେସଲର ବିଶାଲ କାଲିରମାନ ମଧ୍ୟ ଏହି ସମାନ ଅଭିଯୋଗ ଆଣିଛନ୍ତି । ୬୫ କିଲୋଗ୍ରାମ ବର୍ଗରେ ସେ ଖେଳିଛନ୍ତି । କିନ୍ତୁ ବିନା କୌଣସି ଟ୍ରାଏଲରେ ସିଧାସଳଖ ବଜରଙ୍ଗ ପୁନିଆଙ୍କୁ ମିଳିଛି ଏସିଆନ ଗେମ୍ସର ଟିକେଟ । ସେ ନିୟମିତ ଅଭ୍ୟାସ ଜାରି ରଖିଛନ୍ତି କିନ୍ତୁ ସେସବୁର କ’ଣ ଫାଇଦା? ଏପରି ସିଲେକ୍ସନରେ ଅସନ୍ତୁଷ୍ଟ ଖେଳାଳି କୋର୍ଟ ଯିବାକୁ ମଧ୍ୟ ପ୍ରସ୍ତୁତ । ତେବେ ଏହି ଅଭିଯୋଗ ପରେ ରେସଲିଂ ସଂଘ କ’ଣ କାର୍ଯ୍ୟନୁଷ୍ଠାନ ନେଉଛି ତାହା ଦେଖିବା ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!