Masthead

ଅସହାୟ ଦମ୍ପତ୍ତିଙ୍କ କରୁଣ କାହାଣୀ

ଶେରଗଡ଼ (ବଡ଼ ଖବର ବ୍ୟୁରୋ): ଅସହାୟ ଜୀବନ ବିତାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମର ମନାଷ ପ୍ରଧାନ(୬୩)ଓ ତାଙ୍କ ସ୍ୱାମୀ ବାଞ୍ଛା ପ୍ରଧାନ(୬୬)। ଏହି ବୃଦ୍ଧ ଦମ୍ପତ୍ତି ଚିର ଅବହେଳିତ । ସେମାନେ ଜଳଜଳ ହୋଇ ଚାହିଁ ରହିଛନ୍ତି ସରକାରୀ ସହାୟତାକୁ । ନା ମିଳୁଛି ପକ୍କାଘର ନା ବାର୍ଦ୍ଧକ୍ୟ ଭତ୍ତା ପ୍ରଶାସନର ଅବହେଳାରୁ ଦୀର୍ଘଦିନ ହେଲା ସରକାରୀ ସୁବିଧା ସୁଯୋଗରୁ ଏମାନେ ବଞ୍ଚିତ । ବହୁଦିନ ଧରି ଚାଳଛପର ଘରେ ବିତୁଛି ଏମାନଙ୍କ ଜୀବନ ।

ଗାଁରେ ମୂଲଲାଗି ବାଞ୍ଛା କୌଣସି ମତେ ପରିବାର ଚଳାଉଥିଲେ । ମାତ୍ର କରୋନା ଦାଉ ସାଧିଲା । ଦାଦନ ଖଟିବାକୁ ଯାଉଥିବା ପୁଅ ଏବେ ଘରେ ହାତବାନ୍ଧି ବସିଛି । ଟଙ୍କିକିଆ ଚାଉଳ ଏହି ପରିବାର ପାଇଁ ଏକମାତ୍ର ସାହା ଭରସା । ଚାଳଘରର ଏକ ଅଂଶ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ବର୍ଷା ହେଲେ ପର ବାରଣ୍ଡାରେ ରାତି କାଟୁଛନ୍ତି ଏହି ଅସହାୟ ପରିବାର । ଆବାସ ଯୋଜନା ଓ ଭତ୍ତା ବୃଦ୍ଧ ଦମ୍ପତ୍ତିଙ୍କ ପାଇଁ ସାତ ସପନ । ଏହି ଅଭାବୀ ପରିବାର ପ୍ରତି କେବେ ସରକାରଙ୍କ ଦୃଷ୍ଟି ପଡିବ ଭବିଷ୍ୟତ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’