Masthead

ଅସହାୟ ଦମ୍ପତ୍ତିଙ୍କ କରୁଣ କାହାଣୀ

ଶେରଗଡ଼ (ବଡ଼ ଖବର ବ୍ୟୁରୋ): ଅସହାୟ ଜୀବନ ବିତାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମର ମନାଷ ପ୍ରଧାନ(୬୩)ଓ ତାଙ୍କ ସ୍ୱାମୀ ବାଞ୍ଛା ପ୍ରଧାନ(୬୬)। ଏହି ବୃଦ୍ଧ ଦମ୍ପତ୍ତି ଚିର ଅବହେଳିତ । ସେମାନେ ଜଳଜଳ ହୋଇ ଚାହିଁ ରହିଛନ୍ତି ସରକାରୀ ସହାୟତାକୁ । ନା ମିଳୁଛି ପକ୍କାଘର ନା ବାର୍ଦ୍ଧକ୍ୟ ଭତ୍ତା ପ୍ରଶାସନର ଅବହେଳାରୁ ଦୀର୍ଘଦିନ ହେଲା ସରକାରୀ ସୁବିଧା ସୁଯୋଗରୁ ଏମାନେ ବଞ୍ଚିତ । ବହୁଦିନ ଧରି ଚାଳଛପର ଘରେ ବିତୁଛି ଏମାନଙ୍କ ଜୀବନ ।

ଗାଁରେ ମୂଲଲାଗି ବାଞ୍ଛା କୌଣସି ମତେ ପରିବାର ଚଳାଉଥିଲେ । ମାତ୍ର କରୋନା ଦାଉ ସାଧିଲା । ଦାଦନ ଖଟିବାକୁ ଯାଉଥିବା ପୁଅ ଏବେ ଘରେ ହାତବାନ୍ଧି ବସିଛି । ଟଙ୍କିକିଆ ଚାଉଳ ଏହି ପରିବାର ପାଇଁ ଏକମାତ୍ର ସାହା ଭରସା । ଚାଳଘରର ଏକ ଅଂଶ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ବର୍ଷା ହେଲେ ପର ବାରଣ୍ଡାରେ ରାତି କାଟୁଛନ୍ତି ଏହି ଅସହାୟ ପରିବାର । ଆବାସ ଯୋଜନା ଓ ଭତ୍ତା ବୃଦ୍ଧ ଦମ୍ପତ୍ତିଙ୍କ ପାଇଁ ସାତ ସପନ । ଏହି ଅଭାବୀ ପରିବାର ପ୍ରତି କେବେ ସରକାରଙ୍କ ଦୃଷ୍ଟି ପଡିବ ଭବିଷ୍ୟତ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ