Masthead

ସାତ ମାସେ ହେଲା ସାତ ଶହ ପରିବାର ଚାଉଳ ପାଇବାରୁ ବଞ୍ଚିତ

ରାଇଘର (ବଡ଼ ଖବର ବ୍ୟୁରୋ):  ସାତମାସ ହେଲା ସାତ ଶହ ପରିବାର ପିଡ଼ିଏସ ଚାଉଳ ପାଇବାରୁ ବଞ୍ଚିତ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଛାପୁର ପଂଚୟତର କିଛି ଗ୍ରାମର ହିତାଧିକାରୀ କରିଛନ୍ତି ଏଭଳି ଅଭିଯୋଗ ।  ଧୂମାମ, ମୁଣ୍ଡିମଲ, ସିନ୍ଧିଭଟ୍ଟା, ଚଚରାପଡା, କରଲାମାଲ, କେବେଡ଼ି, କରାଡଙ୍ଗରି, ଗାଇଚଚରା, ବେନ୍ଦ୍ରାପଣି, କାଳିଆପାଣି, ଡେଫଗୁଡା ଗାଁର ପ୍ରାୟ ସାତ ଶହ ଲୋକ ସାତ ମାସର ଚାଉଳ ପାଇନଥିବା ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ତୁରନ୍ତ ହିତାଧିକାରୀମାନଙ୍କୁ ଚାଉଳ ଯୋଗାଇ ଦିଆଯିବ ବୋଲି ପ୍ରଦୀପ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଳା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ କହିଛନ୍ତି ଇଛାପୁର ପଂଚୟତକୁ ଚାଉଳ ନେଇ ହିତାଧିକାରୀଙ୍କୁ ଦେବା ପାଇଁ ପ୍ରୟାସ ଜାରି ରହିଛି ଅଳ୍ପ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇ ଯିବ । ଇଛାପୁର ପଂଚାୟତର ୪ଟି ଗ୍ରାମର ୧୮୦ଜଣ ହିତାଧିକାରୀ ୪ମାସର ଚାଉଳ ନେଇ ନଥିବା ବେଳେ ଚଚା ପଂଚାୟତରେ ଚାଉଳ ମହଜୁଦ ରହିଛି । ହିତାଧିକାରୀ ଚାହିଁଲେ ନେଇ ପାରିବେ ବୋଲି ସେ କହିଛନ୍ତି ।

ଇଚ୍ଛାପୁରରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ନେଇ ଗ୍ରାମବାସୀ ଦୁଇ ଭାଗରେ ବିଭକ୍ତ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ନୂତନ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବା ପରେ ହିତାଧିକାରୀମାନଙ୍କୁ ଚାଉଳ ପ୍ରଦାନ କରାଯାଇଥିଲା।ତା’ପର ମାସ ଠାରୁ ଇଛାପୁର ପଂଚାୟତର ହିତାଧିକାରୀମାନଙ୍କ ଚାଉଳ ଚଚା ପଂଚାୟତରେ ପ୍ରଦାନ କରାଯାଇଛି। ଇଛାପୁର ପଂଚାୟତରେ ହିତାଧିକାରୀଙ୍କ ଚାଉଳ ପ୍ରଦାନ କରିବା ପାଇଁ ଗୋଟିଏ ଗୋଷ୍ଠୀ ଦାବି କରି ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ