Masthead

ସାତ ମାସେ ହେଲା ସାତ ଶହ ପରିବାର ଚାଉଳ ପାଇବାରୁ ବଞ୍ଚିତ

ରାଇଘର (ବଡ଼ ଖବର ବ୍ୟୁରୋ):  ସାତମାସ ହେଲା ସାତ ଶହ ପରିବାର ପିଡ଼ିଏସ ଚାଉଳ ପାଇବାରୁ ବଞ୍ଚିତ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଛାପୁର ପଂଚୟତର କିଛି ଗ୍ରାମର ହିତାଧିକାରୀ କରିଛନ୍ତି ଏଭଳି ଅଭିଯୋଗ ।  ଧୂମାମ, ମୁଣ୍ଡିମଲ, ସିନ୍ଧିଭଟ୍ଟା, ଚଚରାପଡା, କରଲାମାଲ, କେବେଡ଼ି, କରାଡଙ୍ଗରି, ଗାଇଚଚରା, ବେନ୍ଦ୍ରାପଣି, କାଳିଆପାଣି, ଡେଫଗୁଡା ଗାଁର ପ୍ରାୟ ସାତ ଶହ ଲୋକ ସାତ ମାସର ଚାଉଳ ପାଇନଥିବା ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ତୁରନ୍ତ ହିତାଧିକାରୀମାନଙ୍କୁ ଚାଉଳ ଯୋଗାଇ ଦିଆଯିବ ବୋଲି ପ୍ରଦୀପ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଳା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ କହିଛନ୍ତି ଇଛାପୁର ପଂଚୟତକୁ ଚାଉଳ ନେଇ ହିତାଧିକାରୀଙ୍କୁ ଦେବା ପାଇଁ ପ୍ରୟାସ ଜାରି ରହିଛି ଅଳ୍ପ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇ ଯିବ । ଇଛାପୁର ପଂଚାୟତର ୪ଟି ଗ୍ରାମର ୧୮୦ଜଣ ହିତାଧିକାରୀ ୪ମାସର ଚାଉଳ ନେଇ ନଥିବା ବେଳେ ଚଚା ପଂଚାୟତରେ ଚାଉଳ ମହଜୁଦ ରହିଛି । ହିତାଧିକାରୀ ଚାହିଁଲେ ନେଇ ପାରିବେ ବୋଲି ସେ କହିଛନ୍ତି ।

ଇଚ୍ଛାପୁରରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ନେଇ ଗ୍ରାମବାସୀ ଦୁଇ ଭାଗରେ ବିଭକ୍ତ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ନୂତନ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବା ପରେ ହିତାଧିକାରୀମାନଙ୍କୁ ଚାଉଳ ପ୍ରଦାନ କରାଯାଇଥିଲା।ତା’ପର ମାସ ଠାରୁ ଇଛାପୁର ପଂଚାୟତର ହିତାଧିକାରୀମାନଙ୍କ ଚାଉଳ ଚଚା ପଂଚାୟତରେ ପ୍ରଦାନ କରାଯାଇଛି। ଇଛାପୁର ପଂଚାୟତରେ ହିତାଧିକାରୀଙ୍କ ଚାଉଳ ପ୍ରଦାନ କରିବା ପାଇଁ ଗୋଟିଏ ଗୋଷ୍ଠୀ ଦାବି କରି ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ