Masthead

ଲଜ୍ଜା ପରେ ଲଜ୍ଜା, ଗଣଦୁଷ୍କର୍ମ ପରେ ହତ୍ୟା

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ଦେଶରେ ଲଜ୍ଜା ପରେ ଲଜ୍ଜା । କିଛି ଦିନ ତଳେ ହୋଇଥିବା କୁକି ସମ୍ପ୍ରଦାୟର ଦୁଇ ମହିଳାଙ୍କ ସହ ବର୍ବରକାଣ୍ଡର ମନରୁ ଲିଭି ନଥିବାବେଳ ଏବେ ଆସିଛି ଆଉ ଏକ ଘଟଣା । ପୁଣି ଯୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ କରଯାଇଛି ହତ୍ୟା । କାଙ୍ଗପୋକପି ଜିଲ୍ଲାର ଦୁଇ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଛି । ଆଉ ଏହି ଘଟଣା ସେହି ଦିନ ଘଟିଛି ଯେଉଁ ଦିନ ଦୁଇ ମହିଳାକୁ ନିବସ୍ତ୍ର କରି ରାସ୍ତାରେ ବୁଲାଯାଇଛି । କିନ୍ତୁ ବଡ଼ କଥା ହେଉଛି ପୋଲିସ ଏଯାଏଁ ଅଭିଯୁକ୍ତଙ୍କୁ ଧରି ନାହିଁ ।

ଦୁଇ ଯୁବତୀଙ୍କ ବସୟ ୨୧ ଏବଂ ୨୪ ବର୍ଷ ବୋଲି ସୂଚନା ମିଳିଛି । ସେମାନେ ଏକ କାର ୱାସ ସେଣ୍ଟରରେ କାର୍ଯ୍ୟ କରୁଥିଲେ । କିଛି ଦୁବୃର୍ତ୍ତ ସେମାନଙ୍କୁ ଆକ୍ରମଣ କରିବା ସହ ଏକ ଘରୁ ଉଠାଇ ନେଇଥିଲେ । ସେଠାରେ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଦୁଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ସେମାନେ ଦୁଇ ଯୁବତୀଙ୍କୁ ଘୋଷାଡି ଘୋଷାଡି ନେଇ ଏକ କାଠ ମିଲରେ ପକାଇ ଦେଇଥିଲେ । ମେ ୪ ତାରିଖ, ଯେଉଁଦିନ ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ କରି ଉଲଗ୍ନ କରି ରାସ୍ତାରେ ବୁଲାଯାଇଥିଲା ସେହଦିନ ଏହି ଘଟଣା ମଧ୍ୟ ଘଟିଥିଲା ।

 ଯେଉଁ ହିଂସାକାରୀମାନେ ଦୁଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ ତାଙ୍କ ସହ କିଛି ମହିଳା ହିଂସାକାରୀ ମଧ୍ୟ ଥିଲେ । ଯେଉଁମାନେ ପୁରୁଷ ହିଂସାକାରୀଙ୍କୁ ଏଭଳି କରିବାକୁ ପ୍ରର୍ବତାଇଥିଲେ । ଏନେଇ ମେ ୧୬ ତାରିଖ ଜଣେ ପୀଡ଼ିତାଙ୍କ ମା’ ସ୍ଥାନୀୟ ସଇକୁଲ ଥାନାରେ ଏଫଆଇର ରୁଜୁ କରିଥିଲେ । ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବାବେଳେ ପୋଲିସର କାର୍ଯ୍ୟକାରିତା ଊପରେ ପ୍ରଶ୍ନ ଉଠାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା