Before Header

ମଣିପୁରରେ ଥମୁନି ହିଂସା, ୫ ମୃତ

0 528

ମଣିପୁର(ବଡ଼ ଖବର ବ୍ୟୁରୋ): ମଣିପୁରରେ ପୁଣି ଥରେ ଦେଖାଦେଇଛି ହିଂସା । ରାଜ୍ୟର ବିଭିନ୍ନ ଜିଲାରେ ହୋଇଥିବା ହିଂସାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ତିନିଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଛନ୍ତି। ଗୁରୁବାର ସକାଳେ ରାଜ୍ୟର ଅନେକ ସ୍ଥାନରେ ତୀବ୍ର ଓ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଅପରାହ୍ନ ପ୍ରାୟ ୨ଟାରେ ବିଷ୍ଣୁପୁର ଜିଲ୍ଲାର ନିଙ୍ଗଥୋଙ୍ଗ ଖା ଖୁନୌରେ ଉଗ୍ରବାଦୀମାନେ ଚାରିଜଣଙ୍କୁ ହତ୍ୟା କରିଥିଲେ। ସେପଟେ ଉଗ୍ରବାଦୀମାନେ ଇମ୍ଫାଲ ପଶ୍ଚିମ ଜିଲ୍ଲାର କଙ୍ଗଚୁପରେ ଗୁଳି ଚଳାଇଥିଲେ, ଯେଉଁଥିରେ ୨୩ ବର୍ଷିୟ ମେତେଇ ତଖେଲମ୍ବମ ମନୋରଂଜନଙ୍କ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.