Masthead

ପୁରୀରେ ବିମାନବନ୍ଦରକୁ ବିରୋଧ କଲେ ଶଙ୍କରାଚାର୍ଯ୍ୟ

ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀରେ ଅଅନ୍ତର୍ଜାତୀୟ ବିମାନବନ୍ଦରକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ । ତୀର୍ଥସ୍ଥଳୀକୁ ପର୍ଯ୍ୟଟନ ସ୍ଥଳୀର ଗୁରୁତ୍ୱ ଦେଇ ତୀର୍ଥଭୂମିର ଗୁରୁତ୍ୱକୁ ଭୁଲିଯାଉଛନ୍ତି ରାଜ୍ୟ ସରକାର । ଯଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ, ପୁରୀରେ ଯଦି ଅନ୍ତର୍ଜାତୀୟ ବିମାନ ମନ୍ଦର ହୁଏ ତେବେ ତୀର୍ଥଭୂମିର ପରମ୍ପରା ହ୍ରାସ ପାଇବ । ଏହାଦ୍ୱାରା ଗୋବଂଶ ସଂରକ୍ଷଣ ପାଇଁ ମହଜୁଦ ଥିବା ଗୋଚର ଭୂମି ହ୍ରାସ ପାଇବ । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ବିକାଶକୁ ସମର୍ଥନ କରନ୍ତି, କିନ୍ତୁ ବିକାଶର ସ୍ୱରୂପକୁ ମଧ୍ୟ ଉଚିତ ଭାବରେ ବୁଝିବା ଦରକାର ।

ଏହାଛଡ଼ା ପୁରୀରୁ ୬୦ ମିଲୋମିଟର ଦୂରରେ ଆନ୍ତର୍ଜାତୀୟ ବିମାନବନ୍ଦର ରହିଛି । ତେବେ ତା’ ସତ୍ତେ୍ୱ ବି ପୁରୀରେ ବିମାନବନ୍ଦର କଳ୍ପନା କ’ଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାର ଅମଙ୍ଗଳ ସୂଚକ କାର୍ଯ୍ୟକୁ ସେ କଦାପି ସମର୍ଥନ କରିବେ ନାହିଁ ବୋଲି ବୋଲି କହିଛନ୍ତି । ଯଦି ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହେ ତେବେ ଏନେଇ ଜନଜାଗରଣ ସୃଷ୍ଟି କରିବେ ବୋଲି ମଧ୍ୟ କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି