Masthead

ଛାଡ଼ିବନି ଆମେରିକା

(ବଡ଼ ଖବର ବ୍ୟୁରୋ): କାଲି ଏୟାରଷ୍ଟ୍ରାଇକ ପରେ ଆଜି ପୁଣି କାବୁଲ ଏୟାରପୋର୍ଟ ଉପରେ ୬ଟି ରକେଟ ଉଡୁଥିବାର ଦେଖିବାକୁ ମିଳିଥିଲା । ପରେ କାବୁଲ ବିମାନବନ୍ଦର ନିକଟରୁ ଧୂଆଁ ବାହାରିଛି । ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ଆମେରିକା । କାବୁଲ ଏୟାରପୋର୍ଟରେ କାଲି କରିଥିଲା ରକେର୍ଟ ମାଡ଼ ।

ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଆଇଏସଆଇଏସ-ଖୁରାସନ ଆତଙ୍କବାଦୀଙ୍କ ଗାଡିକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ କରିଛି ଆମେରିକା । ଆଇଏସଆଇଏସ-କେ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା କାବୁଲ ବିମାନବନ୍ଦର । କାବୁଲ ଏୟାରପୋର୍ଟକୁ ଆତଙ୍କବାଦୀ ଆସୁଥିବା ଗାଡିକୁ ଚିହ୍ନଟ କରିବା ପରେ ରକେଟ୍ ମାଡ କରିଛନ୍ତି ଆମେରିକା ସେନା । ଏହି ପାଲଟା ଆକ୍ରମଣରେ ଜଣେ ଶିଶୁ ସମେତ ୨ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଜନବସତି ଉପରେ ଆକ୍ରମଣ ହୋଇଥିବାରୁ ଆତଙ୍କିତ ହୋଇପଡିଛନ୍ତି ଲୋକେ । ଏହାପୂର୍ବରୁ କାବୁଲ ବିମାନବନ୍ଦର ନିକଟରେ ଗୁରୁବାର ସିରିଜ୍ ବିସ୍ଫୋରଣ ହୋଇଥିଲା । ଏଥିରେ ୧୬୯ ଆଫଗାନ ନାଗରିକଙ୍କ ସମେତ ୧୩ ଆମେରିକୀୟ ସୈନ୍ୟଙ୍କର ଜୀବନ ଯାଇଥିଲା । ବହୁ ସଂଖ୍ୟାରେ ଲୋକ ଆହତ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ