Masthead

ମଣିପୁରରେ ଥମୁନି ହିଂସା, ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଦାବି କଲେ ଶଶୀ ଥରୁର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମଣିପୁରରେ ଥମୁନି ହିଂସା । ଜାରି ରହିଛି ସଂଘର୍ଷ । ହିଂସା ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଦାବି କରିଛନ୍ତି । ଥରୁର ଟ୍ୱିଟ କରି ଲେଖିଛନ୍ତି ଭୋଟ୍‌ ଦେଇ ‘ବିଜେପି’କୁ କ୍ଷମତାକୁ ଫେରାଇ ଆଣିଥିଲେ ମଣିପୁର ବାସୀ । ଏହାର ମାତ୍ର ବର୍ଷକ ପରେ ମଣିପୁରର ଭୋଟର୍‌ମାନେ ଅକଳ୍ପନୀୟ ବିଶ୍ୱାସଘାତକତାର ସରବ୍ୟ ହୋଇଥିବା ଭଳି ମନେ କରୁଛନ୍ତି।

ଶଶୀ ଥରୁର ଆହୁରି ମଧ୍ୟ ଲେଖିଛନ୍ତି , ପ୍ରତିଶ୍ରୁତି ଦିଆଯାଇଥିବା ଉଚ୍ଚ ପ୍ରଶଂସିତ ସୁ-ଶାସନର ଅବସ୍ଥା କ’ଣ? ମଣିପୁରରେ ଲାଗି ରହିଥିବା ହିଂସାକାଣ୍ଡରୁ ଭାରତୀୟମାନେ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି । ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହେବାର ସମୟ ଆସିଛି । ଯେଉଁ କାର୍ଯ୍ୟପାଇଁ ନିର୍ବାଚିତ ହୋଇଥିଲେ, ସେଥି ପାଇଁ ସରକାର ଯୋଗ୍ୟ ନୁହନ୍ତି। ସୂଚନା ଅନୁସାରେ, ମଣିପୁରରେ ସମୁଦାୟ ଜନସଂଖ୍ୟାର ୫୩ ପ୍ରତିଶତରୁ ଅଧିକ ହେଉଛନ୍ତି ଇମ୍ଫାଲ ଉପତ୍ୟକାରେ ପ୍ରାଧାନ୍ୟ ବିସ୍ତାର କରିଥିବା ମଣିପୁରୀ ଓ ଆଦିମ ଜନଜାତି । ମଣିପୁରୀମାନଙ୍କୁ ଅନୁସୂଚିତ ଜନଜାତି ବର୍ଗରେ ଅନ୍ତଭୂକ୍ତ କରିବା ପ୍ରସ୍ତାବ ଏହି ସଙ୍ଘର୍ଷର ମୁଖ୍ୟ କାରଣ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ