Masthead

ମଣିପୁରରେ ଥମୁନି ହିଂସା, ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଦାବି କଲେ ଶଶୀ ଥରୁର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମଣିପୁରରେ ଥମୁନି ହିଂସା । ଜାରି ରହିଛି ସଂଘର୍ଷ । ହିଂସା ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଦାବି କରିଛନ୍ତି । ଥରୁର ଟ୍ୱିଟ କରି ଲେଖିଛନ୍ତି ଭୋଟ୍‌ ଦେଇ ‘ବିଜେପି’କୁ କ୍ଷମତାକୁ ଫେରାଇ ଆଣିଥିଲେ ମଣିପୁର ବାସୀ । ଏହାର ମାତ୍ର ବର୍ଷକ ପରେ ମଣିପୁରର ଭୋଟର୍‌ମାନେ ଅକଳ୍ପନୀୟ ବିଶ୍ୱାସଘାତକତାର ସରବ୍ୟ ହୋଇଥିବା ଭଳି ମନେ କରୁଛନ୍ତି।

ଶଶୀ ଥରୁର ଆହୁରି ମଧ୍ୟ ଲେଖିଛନ୍ତି , ପ୍ରତିଶ୍ରୁତି ଦିଆଯାଇଥିବା ଉଚ୍ଚ ପ୍ରଶଂସିତ ସୁ-ଶାସନର ଅବସ୍ଥା କ’ଣ? ମଣିପୁରରେ ଲାଗି ରହିଥିବା ହିଂସାକାଣ୍ଡରୁ ଭାରତୀୟମାନେ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି । ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହେବାର ସମୟ ଆସିଛି । ଯେଉଁ କାର୍ଯ୍ୟପାଇଁ ନିର୍ବାଚିତ ହୋଇଥିଲେ, ସେଥି ପାଇଁ ସରକାର ଯୋଗ୍ୟ ନୁହନ୍ତି। ସୂଚନା ଅନୁସାରେ, ମଣିପୁରରେ ସମୁଦାୟ ଜନସଂଖ୍ୟାର ୫୩ ପ୍ରତିଶତରୁ ଅଧିକ ହେଉଛନ୍ତି ଇମ୍ଫାଲ ଉପତ୍ୟକାରେ ପ୍ରାଧାନ୍ୟ ବିସ୍ତାର କରିଥିବା ମଣିପୁରୀ ଓ ଆଦିମ ଜନଜାତି । ମଣିପୁରୀମାନଙ୍କୁ ଅନୁସୂଚିତ ଜନଜାତି ବର୍ଗରେ ଅନ୍ତଭୂକ୍ତ କରିବା ପ୍ରସ୍ତାବ ଏହି ସଙ୍ଘର୍ଷର ମୁଖ୍ୟ କାରଣ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ