Masthead

ଫେରିଲେ ଶେହେନାଜ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କର୍ମ କ୍ଷେତ୍ରକୁ ବ୍ୟାକ୍ କଲେ ଶେହେନାଜ୍ । ନିଜ ଦୁଃଖ ଭୁଲି ଶେଷରେ ସାମ୍ନା କଲେ କ୍ୟାମେରା । ଟେଲି ଅଭିନେତା ତଥା ବିଗ୍‌ ବସ୍‌-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁର ମାସକ ପରେ ସେ ପୁଣି ସୁଟିଂକୁ ଫେରିଛନ୍ତି । ବନ୍ଧୁ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ପୂରାପୁରି ଭାଙ୍ଗି ପଡିଥିଲେ ଶେହନାଜ। ତାଙ୍କର କୌଣସି ବି ସୋସିଆଲ ମିଡିଆ ପୋଷ୍ଟ ଦେଖିବାକୁ ମିଳୁ ନଥିଲା । ସିଦ୍ଧାର୍ଥଙ୍କ ମୃତ୍ୟୁ ପରଠାରୁ ସେ କ୍ୟାମେରା ସାମ୍ନାରୁ ମଧ୍ୟ ଦୂରେଇ ଯାଇଥିଲେ। ଏହାକୁ ନେଇ ତାଙ୍କ ପ୍ରଶଂସକମାନେ ବେଶ୍‌ ଚିନ୍ତିତ ଥିଲେ। ଏବେ କିନ୍ତୁ ସେ ପୁଣି ଫେରିଛନ୍ତି। କହିବାକୁ ଗଲେ ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଶେହନାଜ ତାଙ୍କ ଅପ୍‌କମିଂ ଫିଲ୍ମ ‘ହୋନ୍‌ସଲା ରଖ’ର ପ୍ରମୋସନରେ ସାମିଲ ହୋଇଛନ୍ତି । ସେ ଫିଲ୍ମର ଲିଡ୍‌ ଅଭିନେତା ଦିଲଜିତ ଦୋସାଞ୍ଜ ଏବଂ ଅଭିନେତ୍ରୀ ସୋନମ ବଜାଜଙ୍କ ସହ ନଜର ଆସିଛନ୍ତି। ଫିଲ୍ମର ପୂରା ଟିମ୍‌ ସହ ଶେହନାଜ ମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି।

ସେପଟେ ଭିଡିଓରେ ଶେହନାଜ ହସୁଥିବା ଏବଂ ମସ୍ତି କରୁଥିବା ଦେଖିବା ତାଙ୍କ ପ୍ରଶଂସକମାନେ ଖୁବ୍ ଇମୋଶନାଲ୍ ହୋଇ ପଡିଛନ୍ତି । ଅନେକ ୟୁଜର୍ସ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି। କିଏ ତାଙ୍କୁ ସିଦ୍ଧାର୍ଥଙ୍କ ବାଘୁଣୀ କହୁଥିବା ବେଳେ ଆଉ କିଏ ତାଙ୍କୁ ଷ୍ଟ୍ରଙ୍ଗେଷ୍ଟ ଗାର୍ଲ ବୋଲି କହିଛନ୍ତି।ତେବେ ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲଙ୍କ ଲଭ୍‌ ଷ୍ଟୋରୀ ୨୦୧୯ରେ ବିଗ୍‌ ବସ-୧୩ ହାଉସରେ ଆରମ୍ଭ ହୋଇଥିଲା। ଦୁହିଁଙ୍କ ଯୋଡିକୁ ସେତେବେଳେ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଏହା ସହ ସିଦ୍ଧାର୍ଥ ଏବଂ ଶେହନାଜ ‘ଭୁଲା ଦୁଙ୍ଗା’ ଏବଂ ‘ସୋନା ସୋନା’ ଭଳି ଦୁଇଟି ହିଟ୍ ମ୍ୟୁଜିକ ଭିଡିଓରେ ମଧ୍ୟ ଏକାଠି ନଜର ଆସିଥିଲେ। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ ଏବଂ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଅନେକ ଚର୍ଚ୍ଚା ହେଉଥିଲା ସୋସିଆଲ ମିଡିଆରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ