Masthead

ଶ୍ରୀମୟୀଙ୍କ ଭୋଟ କାହାକୁ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିଏମରେ ସିଲ୍ ହେଲା ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ତୃତୀୟ ପର୍ଯ୍ୟାୟରେ ମୋଟ ୭୧ ପ୍ରତିଶତ ମତଦାନ ହୋଇଛି । କଟକ, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଓ ଏହା ଅଧିନସ୍ଥ ସମସ୍ତ ୪୨ଟି ବିଧାନସଭା କ୍ଷେତ୍ରରେ ମତଦାନ ଶେଷ ହୋଇଛି । ଲୋକସଭା ଆସନ ଗୁଡ଼ିକ ମଧ୍ୟରେ ସମ୍ବଲପୁରରେ ସର୍ବାଧିକ ୭୬.୬୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୬୨ ପ୍ରତିଶତ ମତଦାନ ହୋଇଛି । ସେହିଭଳି କଟକରେ ୬୭.୩୬%, ଢେଙ୍କାନାଳରେ ୭୩.୬୯%, କେନ୍ଦୁଝରରେ ୭୩.୩୦ ଏବଂ ପୁରୀରେ ୭୩.୮୧ ପ୍ରତିଶତ ମତଦାନ ହୋଇଛି ।

ସେପଟେ ଶ୍ରୀମୟୀଙ୍କ ମତଦାନକୁ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି । କାହାକୁ କିଛି ନ ଜଣାଇ ଚୁପଚାପ ଆସି ଭୋଟ ଦେଇଥିଲେ ଶ୍ରୀମୟୀ ମିଶ୍ର। ତେବେ ସେ କାହାକୁ ଭୋଟ ଦେଲେ ତାହା ତାଙ୍କ ବ୍ୟକ୍ତିଗତ କଥା ହେଲେ ଅନେକଙ୍କ ମଧ୍ୟରେ ଏହାକୁ ନେଇ କିନ୍ତୁ ଚର୍ଚ୍ଚା ହେଉଛି। ବିଜେଡି ଯେଉଁଭଳି ଭାବରେ ତାଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବୁଲାଇଲା, ଏପରିକି ବିଜେଡି ବିଧାୟକ ଓ ମନ୍ତ୍ରୀ ତାଙ୍କୁ ଆଗାମୀ ଦିନର ସାଂସଦ ବୋଲି ମଧ୍ୟ କହିବାକୁ ପଛାଇଲେ ନାହିଁ। ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଥିଲା। ହଠାତ ଶ୍ରୀମୟୀଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରାଯିବାରୁ ଦୀର୍ଘ ୨ ମାସ ଧରି ଶ୍ରୀମୟୀ କେଉଁଆଡ଼େ ଅନ୍ତଧ୍ୟାନ ହୋଇଥିଲେ ।

ଶନିବାର ହୋଇଥିବା ମତଦାନରେ ଶ୍ରୀମୟୀ ନୂଆପଲ୍ଲୀର ଏକ ମତଦାନ କେନ୍ଦ୍ରରେ ନିଜର ଭୋଟ ପ୍ରଦାନ କରି ଏକ ଟୁଇଟ୍ ଜାରି କରିଛନ୍ତି । ଟୁଇଟ୍‌ରେ ଶ୍ରୀମୟୀ କହିଛନ୍ତି, ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ମତଦାନ କରିଛି । ମୋର ଭୋଟ୍ ବିକଶିତ ଓଡ଼ିଶା ଓ ସମୃଦ୍ଧ ଭାରତ ଗଠନ ପାଇଁ ମତ ରଖୁଛି ବୋଲି କହିଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି । ଶ୍ରୀମୟୀ ଏଭଳି ଟୁଇଟ୍ କରି ସେ କେଉଁ ବାର୍ତ୍ତା ଦେଉଛନ୍ତି ତାହା ଆଲୋଡନ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି