Masthead

ଚୋର ବେକରେ ଚିଙ୍ଗୁଡ଼ି ମାଳ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଚିଙ୍ଗୁଡ଼ି ଚୋରକୁ ଧରି ସ୍ଥାନୀୟ ଚାଷୀ ଦେଲେ ଉତ୍ତମ ମଧ୍ୟମା ବେକରେ ପଡିଛି ଚିଙ୍ଗୁଡ଼ି ମାଳ । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗରେ. ଅସ୍ତରଙ୍ଗ ଅଂଚଳ ଅନେକ ନଦୀ କୁଳିଆ ଲୋକେ ଚିଙ୍ଗୁଡ଼ି ଘେରି କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଚିଙ୍ଗୁଡ଼ି ଘେରିରୁ ଚିଙ୍ଗୁଡ଼ି ରାତିରେ ପ୍ରତେକ ଦିନ ଚୋରି କରି ନିଏ ଜଣେ ବ୍ୟକ୍ତି । ଅସ୍ତରଙ୍ଗ ଅଂଚଳର ଏହି ଯୁବକ ଜଣକ ପ୍ରତେକ ଦିନ ବିଳମ୍ବିତ ରାତିରେ ବିଭିନ୍ନ ଚିଙ୍ଗୁଡ଼ି ଘେରି ବା ଚିଙ୍ଗୁଡ଼ି ଚାଷ କରାଯାଉଥିବା ପୋଖରୀକୁ ଯାଇ ଜାଲ ପକାଇ ଚିଙ୍ଗୁଡ଼ି ଓ ମାଛ ଚୋରି କରି ନିଏ ।

ଗତକାଲି ରାତିରେ ଏହି ଚୋର ଆସିଥିଲା ଚିଙ୍ଗୁଡ଼ି ଧରିବାକୁ । ଚିଙ୍ଗୁଡ଼ି ଘେରି ଉପରେ ଲକ୍ଷ ରଖିଥିଲେ ଚାଷୀ ଓ ସ୍ଥାନୀୟ ଲୋକ । ବିଳମ୍ବିତ ରାତ୍ରରେ ଚୋର ବ୍ୟାଗ ଧରି ସବୁଦିନ ଭଳି ବେଫିକର ହୋଇ ଆସିଥିଲା ଚିଙ୍ଗୁଡ଼ି ଚୋରି କରିବାକୁ । ଜାଲ ପକାଇ ଚିଙ୍ଗୁଡ଼ି ମଧ୍ୟ୍ୟ ଧରିଲା । ଏହାକୁ ସବୁ ସ୍ଥାନୀୟ ଲୋକେ ଲୁଚି ଦେଖୁଥିଲେ । ପରେ ତାଙ୍କୁ କାବୁ କରିଥିଲେ । ଚିଙ୍ଗୁଡ଼ିରେ ଏକ ମାଳ କରି ଚୋରକୁ ପିନ୍ଧାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ