Masthead

କାହିଁକି ବାରବାଟୀକୁ ମନା କଲା ବିସିସିଆଇ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କ୍ରିକେଟ ବିଶ୍ୱକପରେ ନାହିଁ ବାରବାଟୀର ଭାଗ । ଅନ୍ତର୍ଜାତୀୟ ବିମାନସେବା ନଥିବାରୁ ମନା କଲା ବିସିସିଆଇ । ଦିନିକିଆ କ୍ରିକେଟ ବିଶ୍ୱକପ୍ ଚଳିତବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଛି । ମାତ୍ର ଓଡିଶାରେ ଗୋଟିଏ ବି ମ୍ୟାଚ୍ ଖେଳାଯିବ ନାହିଁ । ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ବିସିସିଆଇ ଏହାକୁ ପ୍ରତ୍ୟାଖ୍ୟାନ କରିଛି । ଅନ୍ତର୍ଜାତୀୟ ବିମାନ ସେବା ସୁବିଧା ନଥିବାରୁ ବିସିସିଆଇ ମନା କରିଦେଇଥିବା ଓସିଏ ପକ୍ଷରୁ କୁହାଯାଇଛି । ୨୦୧୧ରେ ଶେଷଥର ପାଇଁ ଭାରତରେ ଦିନିକିଆ ବିଶ୍ୱକପ୍ ଆୟୋଜିତ ହୋଇଥିଲା । ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରିଥିଲେ ।

ଚଳିତ ବର୍ଷ ଭାରତ ତଥା ବିସିସିଆଇ ଏକାକି ବିଶ୍ୱକପ୍ ଆୟୋଜନ କରୁଛି । ତେଣୁ ସମସ୍ତ ୪୬ଟି ମ୍ୟାଚ୍ ଭାରତରେ ହିଁ ଖେଳାଯିବ । ତେଣୁ ଏଥିରୁ ବାରବାଟୀରେ ବିଶ୍ୱକପର କିଛି ମ୍ୟାଚ୍ ଖେଳାଯିବ ବୋଲି ଆଶା କରାଯାଇଥିଲା । ବାରବାଟୀ ହେଉଛି ଦ୍ୱିତୀୟ ସର୍ବବୃହତ ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମ । ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ୨ଥର ପୁରୁଷ ବିଶ୍ୱକପ୍ ମ୍ୟାଚ୍ ଖେଳାଯାଇଛି । ୧୯୮୭ ବିଶ୍ୱକପରେ ଏଠାରେ ଅଷ୍ଟ୍ରେଲିଆ ୭୦ରନ୍ରେ ଜିମ୍ବାୱାକୁ ହରାଇଥିଲା । ସେହିପରି ୧୯୯୬ରେ ଭାରତ ୭ୱିକେଟରେ କେନିୟାକୁ ପରାସ୍ତ କରିଥିଲା । ୨୦୧୩ ମହିଳା ବିଶ୍ୱକପ୍ ଆୟୋଜନ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ବାରବାଟୀ ଷ୍ଟାଡିୟମ ମାଇଲଖୁଣ୍ଟ ସ୍ଥାପନ କରିଥିଲା । ୨୦୧୧ ମସିହା ପୁରୁଷ ବିଶ୍ୱକପ୍ ଭାରତର ନିଦ୍ଦିଷ୍ଟ କିଛି ଭେନ୍ୟୁ ରେ ଆୟୋଜିତ ହୋଇଥିବାରୁ ବାରବାଟୀକୁ ମ୍ୟାଚ୍ ମିଳିନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ