Masthead

ଓଡ଼ିଶାରେ ବିଜେପି ବହୁମତ ସହ ସରକାର କରିବ: ଶିବରାଜ ସିଂ ଚୌହାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ନେତା ଶିବରାଜ ସିଂ ଚୌହ୍ୱାନ । କଟକ ଏବଂ ଜଗତସିଂହପୁରରେ ଦଳୀୟ କାର୍ଯ୍ୟକ୍ରମରେ ଦେବେ ଯୋଗ । ଭୁବନଶ୍ୱେର ପହଞ୍ଚିବା ପରେ ବିଜେଡି ସରକାରକୁ ତୀବ୍ର ସମାଲୋଚନା କଲେ ଶିବରାଜ ସିଂ ଚୌହ୍ବାନ । ମୁଖ୍ୟମନ୍ତ୍ରୀ ନବୀନଙ୍କ ନାଁ ନେଇ ସମାଲୋଚନା କଲେ ଶିବରାଜ । ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଥିବା କହିଲେ ଶିବରାଜ । ନବୀନ ବାବୁ ନିଜେ ସରକାର ଚଳାଉନାହାନ୍ତି, ଆଉଟସୋର୍ସକୁ ଦେଇଛନ୍ତି ।

ସେ ସରକାର ଚଳାଉ ନାହାନ୍ତି, ତାଙ୍କ ଅଧିକାରୀ ସରକାର ଚଳାଉଛନ୍ତି । ବେଲଗାମ ଅଧିକାରୀ ସାରା ଓଡ଼ିଶାକୁ ଭ୍ରଷ୍ଟାଚାରରେ ବୁଡ଼ାଇଛନ୍ତି । ଓଡ଼ିଶାରେ ମହିଳା ଅସୁରକ୍ଷିତ, ମା ଭଉଣୀଙ୍କ ଉପରେ ଅତ୍ୟାଚାର ହେଉଛି । ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥ ସଠିକ ବିନିଯୋଗ ହେଉନି । ମୋଦି ଟଙ୍କା ଦେଉଛନ୍ତି, ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି’ । ନବୀନଙ୍କ ଅଧିକାରୀମାନେ କେବଳ ରି-ବ୍ରାଣ୍ଡିଂ କରୁଛନ୍ତି । ସାଧାରଣ ଲୋକ ଏକଥା ଜାଣିସାରିଲେଣି ବୋଲି କହିଲେ ଶିବରାଜ । ଓଡ଼ିଶାରେ ବିଜେପି ବହୁମତ ସହ ସରକାର କରିବ କହିଲେ ଶିବରାଜ ସିଂ ଚୌହାନ । ଲୋକସଭାରେ ବିଜେପି ବିପୁଳ ଭୋଟ ପାଇବ । ବିଧାନସଭାରେ ବି ବହୁମତ ସହ ରାଜ୍ୟରେ ସରକାର କରିବ ବିଜେପି । ଓଡ଼ିଶାରେ ବିଜେପି ପୂରା ତାକତ୍‌ରେ ଲଢ଼ିବ, ସରକାର ଗଢ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ