Masthead

ଓଡ଼ିଶାରେ ବିଜେପି ବହୁମତ ସହ ସରକାର କରିବ: ଶିବରାଜ ସିଂ ଚୌହାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ନେତା ଶିବରାଜ ସିଂ ଚୌହ୍ୱାନ । କଟକ ଏବଂ ଜଗତସିଂହପୁରରେ ଦଳୀୟ କାର୍ଯ୍ୟକ୍ରମରେ ଦେବେ ଯୋଗ । ଭୁବନଶ୍ୱେର ପହଞ୍ଚିବା ପରେ ବିଜେଡି ସରକାରକୁ ତୀବ୍ର ସମାଲୋଚନା କଲେ ଶିବରାଜ ସିଂ ଚୌହ୍ବାନ । ମୁଖ୍ୟମନ୍ତ୍ରୀ ନବୀନଙ୍କ ନାଁ ନେଇ ସମାଲୋଚନା କଲେ ଶିବରାଜ । ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଥିବା କହିଲେ ଶିବରାଜ । ନବୀନ ବାବୁ ନିଜେ ସରକାର ଚଳାଉନାହାନ୍ତି, ଆଉଟସୋର୍ସକୁ ଦେଇଛନ୍ତି ।

ସେ ସରକାର ଚଳାଉ ନାହାନ୍ତି, ତାଙ୍କ ଅଧିକାରୀ ସରକାର ଚଳାଉଛନ୍ତି । ବେଲଗାମ ଅଧିକାରୀ ସାରା ଓଡ଼ିଶାକୁ ଭ୍ରଷ୍ଟାଚାରରେ ବୁଡ଼ାଇଛନ୍ତି । ଓଡ଼ିଶାରେ ମହିଳା ଅସୁରକ୍ଷିତ, ମା ଭଉଣୀଙ୍କ ଉପରେ ଅତ୍ୟାଚାର ହେଉଛି । ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥ ସଠିକ ବିନିଯୋଗ ହେଉନି । ମୋଦି ଟଙ୍କା ଦେଉଛନ୍ତି, ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି’ । ନବୀନଙ୍କ ଅଧିକାରୀମାନେ କେବଳ ରି-ବ୍ରାଣ୍ଡିଂ କରୁଛନ୍ତି । ସାଧାରଣ ଲୋକ ଏକଥା ଜାଣିସାରିଲେଣି ବୋଲି କହିଲେ ଶିବରାଜ । ଓଡ଼ିଶାରେ ବିଜେପି ବହୁମତ ସହ ସରକାର କରିବ କହିଲେ ଶିବରାଜ ସିଂ ଚୌହାନ । ଲୋକସଭାରେ ବିଜେପି ବିପୁଳ ଭୋଟ ପାଇବ । ବିଧାନସଭାରେ ବି ବହୁମତ ସହ ରାଜ୍ୟରେ ସରକାର କରିବ ବିଜେପି । ଓଡ଼ିଶାରେ ବିଜେପି ପୂରା ତାକତ୍‌ରେ ଲଢ଼ିବ, ସରକାର ଗଢ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି