Masthead

ନବଙ୍କ ହତ୍ୟା ପଛରେ ପଶ୍ଚିମ ଓଡ଼ିଶାର ପୂର୍ବତନ ମନ୍ତ୍ରୀ କିଏ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ । ମୁଁହ ଖୋଲିଲେ, କିନ୍ତୁ ଦୁଃଖର ବିଷୟ ନୂଆ କଥା କିଛି ନାହିଁ । ବିରୋଧୀ ଦାବି ସମ୍ପର୍କରେ କିଛି କହିଲେ ନାହିଁ ମୁଖ୍ୟମନ୍ତ୍ରୀ । ଏଏସଆଇ ହତ୍ୟା କରିଛି କି ନାହିଁ କେବେଳ ତା ଉପରେ ତଦନ୍ତ ଚାଲିଛି । ନବ ଦାସଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି। ସରକାର କେଵଳ ଗୋପାଳ ଉପରେ ଦୃଷ୍ଟି ଦେଉଛନ୍ତି। ଷଡ଼ଯନ୍ତ୍ର ଅଂଶକୁ ଯାଉନାହାନ୍ତି। ବରଂ ଏସଆଇଟି ଗଠନ କରିବାକୁ ହାଇକୋର୍ଟକୁ ଲେଖନ୍ତୁ। ଏଭଳି ଜଣେ ଜଜଙ୍କୁ ପ୍ରଶାସନିକ ଭାବେ ଦାୟିତ୍ବ ନ ଦେଇ ଜଣେ ଜଜଙ୍କୁ ନ୍ୟାୟିକ ନିଯୁକ୍ତି ପାଇଁ ହାଇକୋର୍ଟକୁ ଲେଖନ୍ତୁ ବୋଲି ନରସିଂହ ମିଶ୍ର କହିଛନ୍ତି ।

ଜଣେ ପୋଲିସ ଏତେ ସୁବିଧା ପାଇଲେ । କ୍ରାଇମବ୍ରାଞ୍ଚ ଠିକ ସେ ତଦନ୍ତ କରୁନାହିଁ । ଏଭଳି ଷ୍ଟେଟମେଣ୍ଟ ମୁଁ ଆଶା କରିନଥିଲି ମୁଖ୍ୟମନ୍ତ୍ରୀ ଙ୍କ ଠାରୁ । କଂଗ୍ରେସ ଏସଆଇଟି ତଦନ୍ତ ପାଇଁ ଦାବି କରିଛି । ଯଦି ଦମ ଅଛି ଏସଆଇଟି ତଦନ୍ତ ପାଇଁ ଚିଠି ଲେଖିବାରେ ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱର, ଚିନ୍ତାଧାରା ବଦଳାନ୍ତୁ କଂଗ୍ରେସ ଦାବି ମାନନ୍ତୁ । ଓକିଲ ଭାବରେ ମୋର ମତ ଗୁଳି ବାହାର କରି ହବ ଗୁଳି ବାହାର କରିନାହାନ୍ତି । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି ଭୁବନେଶ୍ୱର କାହିଁକି ଅଣାଗଲା ବୋଲି ପ୍ରଶ୍ନ କରିଛନ୍ତି ।

ତଦନ୍ତ ଏମିତି ହୁଏ ନାହିଁ । ମୁଁ ଅଭିଜ୍ଞତାରୁ କହୁଛି ତଦନ୍ତ ଠିକ ଭାବେ ହେଉନାହିଁ । ବ୍ୟକ୍ତିଗତ ଶତ୍ରୁତା ପାଇଁ ହତ୍ୟା ହୋଇଥାଇ ପାରେ । ପ୍ରମାଣ ଅଛି ନବ ବାବୁ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡି ଗଲା ପରେ ବିଜେଡି ଭିତରେ ଅସନ୍ତୋଷ ବଢିଛି। ପଶ୍ଚିମ ଓଡ଼ିଶାର ପୂର୍ବତନ ମନ୍ତ୍ରୀଙ୍କ ସହ ତାଙ୍କର ପଡୁନଥିଲା । ସେ ହାତ୍ୟକାରୀ ହୋଇନଥିବେ ବୋଲି କିଏ କହିବ । ପ୍ରକୃତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ କିମ୍ବା ତଥ୍ୟ ଲୁଚାଉଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି