Masthead

ଗଭୀର ସମୁଦ୍ରରୁ ୧୪୬ ଉଦ୍ଧାର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇର ଆରବ ସାଗରରରୁ ୧୪୬ ଲୋକ ଉଦ୍ଧାର । ଗଭୀର ସମୁଦ୍ରରୁ ଏହି ଲୋକମାନଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା । ସାମୁଦ୍ରିକ ଝଡ ତାଉତେ ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟା ପ୍ରତିଥିଲା ୧୮୫କିମି । ମୁମ୍ବାଇରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଫଳରେ ସମୁଦ୍ର ନିକଟରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ଅନେକ ନିଖୋଜ ହୋଇଯାଇଥିଲେ ।

ଆରବ ସାଗରରେ ନିୟୋଜିତ ଆଇଏନଏସ କଲିକତା ୧୪୬ ଲୋକଙ୍କୁ ଉଦ୍ଧାର କରିଛି । ଭାରତୀୟ ନୌସେନା ପକ୍ଷରୁ ମୁତୟନ ହୋଇଥିବା ଆଗଧାଡିର ୩ ଯୁଦ୍ଧପୋତ ମଙ୍ଗଳବାରଠାରୁ ଆଜି ପର୍ଯ୍ୟନ୍ତ ମୋଟ୍ ୪୧୦ଜଣଙ୍କୁ ଉଦ୍ଧାର କରିଛି । ଆଇଏନଏସ କୋଲକାତା ୧୪୬ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଇଏନଏସ କୋଚି ଓ ଆଇଏନଏସ ତଲୱାର ଅବଶିଷ୍ଠ ଲୋକଙ୍କୁ ଉଦ୍ଧାର କରିଛି ।

ପ୍ରତିକୂଳ ପରିସ୍ଥିତିରେ ଜୀବନକୁ ବାଜିଲଗାଇ ନୌସେନାର ଯବାନମାନେ କେବଳ ମଙ୍ଗଳବାର ସକାଳେ ୧୩୨ଜଣଙ୍କୁ ଗଭୀର ସମୁଦ୍ରରୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସୁଦ୍ଧା ମୁମ୍ବାଇରେ ୧୨୭ଜଣ ନିଖୋଜ ଥିବାରୁ ସେମାନଙ୍କୁ ଠାବ କରିବା ଲାଗି ନୌସେନା ଦିନରାତି ଏକ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ