Masthead

ପିଡିଏସ୍ ଚାଉଳ ଆନ୍ଧ୍ରକୁ ଚାଲାଣ ପଛରେ କିଏ?

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଚାଉଳ ଆନ୍ଧ୍ରକୁ ଚୋରା ଚାଲାଣ । ଆନ୍ଧ୍ରପ୍ରଦେଶକୁ ଓଡ଼ିଶାର ପିଡ଼ିଏସ୍ ଚାଉଳ ଚୋରା ଚାଲାଣକୁ ନେଇ ଓଡ଼ିଶା ପୋଲିସ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି। ଆନ୍ଧ୍ରପ୍ରଦେଶ ସୀମାନ୍ତ ବନ୍ଧୁଗାଁ ବ୍ଲକର ଆଲୋମଣ୍ଡା ଗାଁରୁ ପ୍ରାୟ ତିନୋଟି ଗାଡ଼ିରେ କିଛି ଦଲାଲ୍ ଚାଉଳ ଚୋରା ଚାଲାଣ କରୁଥିବା ବେଳେ ଧରା ପଡିଛନ୍ତି । ବ୍ୟବସାୟୀ ମାନେ ଯୋଗାଣ ଅଧିକାରୀ ମାନଙ୍କୁ ହାତ ମୁଠାରେ ରଖି କରୋନା ମହାମାରୀ ସମୟ ଠାରୁ ପିଡ଼ିଏସ୍ ଚାଉଳ ଚୋରା ଚାଲାଣ ଆନ୍ଧ୍ରପ୍ରଦେଶ ଏବଂ ଜୟପୁରକୁ ଚୋରା ଚାଲାଣ କରି ଆସୁଥିଲେ ।

ମଙ୍ଗଳବାର ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ବନ୍ଧୁଗାଁ ଥାନା ଏଏସଆଇ ଆଲୋମଣ୍ଡା ପହଞ୍ଚି ଗାଡ଼ି ଯାଞ୍ଚ କରିବା ସହ ଗାଡ଼ିରେ ଲୋଡ୍ କରାଯାଇ ଥିବା ଚାଉଳ ବୋଝେଇ ଟ୍ରକକୁ ଜବତ କରିଥିଲେ । ପରେ ରାତିଅଧିଆ ଟ୍ରକକୁ ଛାଡିଦିଆଯାଇଥିଲା । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । ସେହି ଅଞ୍ଚଳରେ କୌଣସି ଚାଉଳ ମିଲ୍ ନଥାଇ ଟ୍ରକ୍ ଟ୍ରକ୍ ଚାଉଳ ଆସୁଛି କେଉଁଠୁ ବୋଲି ପ୍ରଶ୍ନ କରିବା ସହ ଏହାର ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ କରିବାକୁ ଦାବି କରିଛନ୍ତି ଲୋକେ । ଗୋଟିଏ ପଟେ ଆନ୍ଧ୍ର ଓଡ଼ିଶା ବିବାଦ ଚାଲିଥିବା ବେଳେ ଏଏସାଆଇ ଜଣକ ଚାଉଳ ଚୋରା ଚାଲାଣରେ ସୁରକ୍ଷା ଦେଇ ଆନ୍ଧ୍ର ପ୍ରଦେଶ ସୀମାନ୍ତ ପର୍ଯ୍ୟନ୍ତ ଛାଡୁଛନ୍ତି ଯାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ