ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଓବାଦୀଙ୍କୁ ମାରିବା ପରେ ଜଙ୍ଗଲ ଭିତରେ ବନ୍ଧୁକ ଧରି ଖୁସିରେ ନାଚିଲେ ଯବାନ । ଏହା ସହ ଭାରତ ମାତା କି ଜୟ ବଜରଙ୍ଗବଲି କି ଜୟ କହିବା ସହ ଛତିଶଗଡକୁ ସଂପୂର୍ଣ୍ଣ ଭାବେ ମାଓମୁକ୍ତ କରିବାର ସଂକଳ୍ପ ମଧ୍ୟ ନେଇଛନ୍ତି ଛତିଶଗଡ ଡିଆରଜି ବାହିନୀର ଯବାନ ।
ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟରରେ ଟପ ମାଓନେତା ତଥା କେନ୍ଦ୍ରୀୟ କମିଟି ସଦସ୍ୟ ବାଲକ୍ରିଷ୍ଣ ପ୍ରାଣ ହରାଇଛନ୍ତି । ଏବେବି ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
