Masthead

ସମନ ପରେ ବି ହାଜର ହେଲେନି

ଲଖିମପୁର(ବଡ଼ ଖବର ବ୍ୟୁରୋ): ସମନ ପରେ ବି ହାଜର ହେଲେନି । ଘର ବାହାରେ ନୋଟିସ ମଧ୍ୟ ଲଗାଯାଇଥିଲା । ଏସବୁ ପରେ ମଧ୍ୟ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇନଥିଲେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର । ହେଲେ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଅନ୍ୟ ଉପାୟରେ ବ୍ୟବହାର କରୁଛି । ଏଇଠି ପ୍ରଶ୍ନ ଉଠୁଛି ଅନ୍ୟ ଲୋକଙ୍କୁ ପୁଲିସ ଯେଉଁଭଳି ଭାବରେ ବ୍ୟବହାର କରୁଛି, ମନ୍ତ୍ରୀଙ୍କ ପୁଅକୁ କାହିଁକି ଅଲଗା ବ୍ୟବହାର କରାଯାଉଛି ? ନା’ ମନ୍ତ୍ରୀଙ୍କ ପୁଅ ହେବାର ଲାଭ ଇଏ ? ଏନେଇ ଦେଶର ସର୍ବୋଚ୍ଚ କୋର୍ଟ ମଧ୍ୟ ଆପତ୍ତି ଉଠାଇଛନ୍ତି । ଏହି ମାମଲାରେ ବେଶ ଗମ୍ଭୀର । ଯେଉଁ ପ୍ରକାରରରେ ଅନ୍ୟ ଲୋକଙ୍କୁ ପୁଲିସ ବ୍ୟବହାର କରୁଛି, ଠିକ ସେହି ପ୍ରକାରରେ ଏହି ମାମଲାର ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ମଧ୍ୟ ବ୍ୟବହାର କରିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଏହା ସହ ଘଟଣାର ତଦନ୍ତ ସନ୍ତୋଷଜନକ ନୁହେଁ । ଅନ୍ୟ କୌଣସି ସଂସ୍ଥାକୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ଆଜି ଶୁଣାଣି କରି ସବୋର୍ଚ୍ଚ ଅଦାଲତ କହିଛନ୍ତି । ଅନ୍ୟ ସଂସ୍ଥା ତଦନ୍ତ ଦାୟିତ୍ୱ ନେବା ଯାଏ ସମସ୍ତ ସାକ୍ଷ୍ୟ, ପ୍ରମାଣ ସହ ଦସ୍ତାବିଜକୁ ସଂରକ୍ଷଣ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଦସ୍ତାବିଜର ଉଚିତ ସଂରକ୍ଷଣ ନେଇ ରାଜ୍ୟକୁ ନିର୍ଦ୍ଦେଶ ଦେବା ସହ ଏନେଇ ରାଜ୍ୟ ସରକାର ତାଙ୍କ ଡିଜିପିଙ୍କୁ ନିର୍ଦ୍ଦେଶ କରନ୍ତୁ ବୋଲି ଆଜି ଶୁଣାଣି କରି କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶଣାଣି ଆସନ୍ତା ୨୩ ତାରିଖରେ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା