Masthead

ବିଜୟଶଙ୍କରଙ୍କ ବିରୋଧରେ ପୁଣି ଥାନାର ଦ୍ୱାରସ୍ଥ ହେଲେ ସୋମାଲିକା

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ):  ବିଜୟଶଙ୍କର-ସୋମାଲିକା ବିବାଦ । ପୁଣି ଥାନାର ଦ୍ୱାରସ୍ଥ ହେଲେ ସୋମାଲିକା । ଫୋନରେ ଧମକ ଦିଅଯାଉଥିବା ଅଭିଯୋଗ କରିଛନ୍ତି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ବାନ୍ଧବୀ ସୋମାଲିକା ଦାସଙ୍କ ବିବାଦ ଲାଗି ରହିଥିବା ବେଳେ ଜଗତସିଂହପୁର ଥାନାରେ ଆଉ ଏକ ଅଭିଯୋଗ କରିଛନ୍ତି ସେ।।ମଲିକା । ସେ ଏହି ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବିଧାୟକ ତାଙ୍କ ସହଯୋଗୀଙ୍କ ସହାୟତାରେ ତାଙ୍କୁ ଫୋନ ଯୋଗେ ଧମକ ଦେଉଛନ୍ତି ।

ଏହା ସହ ବୁଝାମଣା କରିବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି । ଏହି ଅଡିଓ ଭାଇରାଲକୁ ନେଇ ଚର୍ଚା ହେଉଥିବା ବେଳେ ପୁଣି ସୋମଲିକାଙ୍କ ଅନ୍ୟ ଏକ ଭିଡିଓ ଭାଇରାଲକୁ ନେଇ ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ କରିଛନ୍ତି । ଶାସକ ଦଳର ବିଧାୟକ ହେଉଥିବାରୁ ପୋଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ପରୋକ୍ଷରେ ଧମକ ଆସୁଛି ଓ ମୋ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ସୋମାଲିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ