Masthead

ଦିନମଜୁରିଆଙ୍କ ନାଁ ନେଇ ଠକିଦେଲେ ୧୦କୋଟି

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ପରେ ଏବେ ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି ଜିଏସଟି ଠକେଇ ଅଭିଯୋଗ । ଗୋଟାଏ ପଟେ ପରଘରେ କାମ କଲେ ପେଟକୁ ଦାନା ମିଳେ । ମୁଣ୍ଡଝାଳ ତୁଣ୍ଡେ ମାରି ହାଡଭଙ୍ଗା ପରିଶ୍ରମ କଲେ ପରିବାରକୁ ମିଳେ ଖାଇବାକୁ ଦିମୁଠା, ତାଙ୍କ ନାଁରେ ପୁଣି ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ । ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂହିଯୁବା ପଂଚାୟତରେ । ଗାଁର ଭଗବାନ ଧରୁଆଙ୍କ ନାଁରେ କଟକରେ ଚାଲିଛି ଷ୍ଟିଲ କଂପାନି । ଖାଲି କଂପାନି ଚାଲିନି ଠକେଇ ହୋଇଛି ପ୍ରାୟ ୧୦ କୋଟି ଟଙ୍କା । ଜିଏସଟି ଏନଫୋର୍ସମେଣ୍ଟୟୁନିଟର ଅଧିକାରୀମାନେ ତାଙ୍କ ଘରେ ପହଞ୍ଚି, ଏସମ୍ପର୍କରେ ସମନ ଦେବାପରେ ଆବାକ ହୋଇଯାଇଛନ୍ତି ଅଞ୍ଚଳବାସୀ ତଥା ପରିବାର । ସିଂହିଯୁବାର ଇନ୍ଦିରା କଲୋନିରେ ରହୁଥିବା ଭଗବାନ ଧରୁଆ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ସେ ଏ ସଂପର୍କରେ କିଛି ଯାଣିନଥିବା କହିଛନ୍ତି । ବଲାଙ୍ଗିରର ଜିଏସଟି ଏନଫୋର୍ସମେଣ୍ଟର ସମନ ପାଇବା ପରେ ତାଙ୍କ ନାଁରେ କାଲେଶ୍ୱର ଷ୍ଟିଲ କମ୍ପାନି ନାମକ ଏକ ଠକ କମ୍ପାନୀ ତାଙ୍କୁ ମାଲିକ କରିଥିବା କୁହାଯାଇଛି । ଭଗବାନ ଧରୁଆ ଏବିଷୟରେ କିଛି ଜାଣିନଥିବା ନେଇ ତାଙ୍କ ପୁଅ ସଦାନନ୍ଦ ଧରୁଆ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ