Masthead

ତହସିଲ ଅଫିସରେ ଅଗ୍ନିକାଣ୍ଡ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ତ । ଆଜି ସକାଳ ସାଢେ ୯ଟା ସମୟରେ ଏହି ଅଗ୍ନିକାଣ୍ତ ଘଟିଥିବା ସୂଚନା ମିଲିଛି । ଘଟଣା ସ୍ଥଲରେ ରେଙ୍ଗାଲୀ ଅଗ୍ନିସମ ବିଭାଗ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ । ମିଲିଥିବା ସୂଚନା ମୁତାବକ ରେଙ୍ଗାଳି ବ୍ଲକ ତିଲେଇମାଲ ଗ୍ରାମର ଜଣେ ଯୁବକ ନିଜର କୌଣସି କାମ ପାଇ ତହସିଲ ଅଫିସକୁ ବାରମ୍ବାର ଆସି ନୟାନ୍ତ ହୋଇଥିବା ଅଭିଯୋଗ ହୋଇଛି । ତେଵେ ବାରମ୍ବାର ତହସିଲ ଅଫିସକୁ ଆସିବା ପରେ ବି ଉକ୍ତ ବ୍ୟକ୍ତି ଜଣଙ୍କକ କୌଣସି କାମ ନହେବାରୁ ଆଜି ସେ ହତୋତ୍ସାହିତ ହୋଇ ତହସିଲ ଅଫିସକୁ ପହଞ୍ଚିଥିଲେ। ଏକ ଅଟୋରେ କିଛି ଟାୟାର ଆଣି ତାଙ୍କ କାଗଜ ପତ୍ରରେ ପେଟ୍ରୋଲ ଢାଳି ତହସିଲ ଅଫିସ ଭିତରକୁ ନେଇ ନିଆ ଲଗାଇଥିବା ଅଭିଯୋଗ ହୋଇଛି । ଫଳରେ ନିଆଁ ପର୍ଯ୍ୟାୟକ୍ରମେ ତହସିଲ ଅଫିସ ବ୍ୟାପି ଯାଇଥିଲା । ରେଙ୍ଗାଳୀ ଅଗ୍ନିସମ ବିଭାଗ ଖବର ପାଇ ତହସିଲ ଅଫିସ ପହଛି ନିଆକୁ ଆୟତ୍ତ କରିଥିଲେ । ସେପଟେ ନିଆ ଲଗାଇଥିବା ବ୍ୟକ୍ତି ଜଣକକୁ ରେଙ୍ଗାଲି ପୋଲିସ ଅଟକ ରଖିଥିବା ସୂଚନା ମିଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ