Masthead

ସୋନୁ ସୁଦ ବନାମ ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ସହାୟତାକୁ ନେଇ ଟ୍ୱିଟ ୱାର । ଗୋଟେ ପଟେ ପ୍ରଶାସନ ଓ ଅନ୍ୟପଟେ ସୋନୁସୁଦ । କରୋନା ସମୟରେ ଲକ୍ଷ ଲକ୍ଷ ଅସହାୟ ଲୋକଙ୍କୁ ସାହାଯ୍ୟ କରି ରିଲ ହିରୋରୁ ରିୟଲ ହିରୋ ସାଜିଥିବା ସୋନୁ ସୁଦ ଓ ଗଞ୍ଜାମ ପ୍ରଶାସନ ମଧ୍ୟରେ ଟ୍ୱିଟର ୱାର । ଗଞ୍ଜାମ ସିଟି ହସ୍ପିଟାଲରେ ଜଣେ ରୋଗୀଙ୍କୁ ବେଡ଼ ନମିଳିନଥିଲା । ଏନେଇ ବ୍ୟକ୍ତି ଜଣକ ସୋନୁସୁଦ ଫାଉଣ୍ଡେସନ ପକ୍ଷରୁ ସହାୟତା ଲୋଡ଼ିଥିଲେ । ତେବେ ସୋନୁସୁଦଙ୍କ ତରଫରୁ ଟ୍ୱିଟ କରାଯାଇ କୁହାଯାଇଥିଲା ଯେ, ଗଞ୍ଜାମ ସିଟି ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡ଼ ଆରେଞ୍ଜ କରାଯାଇସାରିଛି । ଚିନ୍ତା କରିବାର କୌଣସି କାରଣ ନାହିଁ ।

ତେବେ ସୋନୁ ସୁଦଙ୍କ ଟ୍ୱିଟର ସ୍କ୍ରିନ ସଟ ସହ ଗଞ୍ଜାମ ପ୍ରଶାସନ ତରଫରୁ ଆଉ ଏକ ଟ୍ୱିଟ କରାଯାଇ ଲେଖାଯାଇଥିଲା ଯେ, ଆମକୁ ସୋନୁ ସୁଦ କିମ୍ବା ତାଙ୍କ ଫାଉଣ୍ଡେସନ ତରଫରୁ କୌଣସି ଯୋଗାଯୋଗ କରାଯାଇନି । ଯେଉଁ ରୋଗୀ ଅନୁରୋଧ କରିଥିଲେ ତାଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ବେଡ଼ ଅସୁବିଧା ଏବେ ନାହିଁ । ଏହାର ଉତ୍ତର ଦେଇ ସୋନୁ ସୁଦଙ୍କ ତରଫରୁ ପୁଣି ହ୍ୱାଟସଆପ ଚାଟର କିଛି ସ୍କ୍ରିନସଟ ଏକ ଟ୍ୱିଟ କରାଯାଇ ଲେଖାଯାଇଛି ଯେ, ଆମେ ଆପଣଙ୍କୁ ବେଡ଼ ପାଇଁ ଯୋଗାଯୋଗ କରିବା ନେଇ କୌଣସି ତଥ୍ୟ ଦେଇନୁ ।

ଯେଉଁ ବ୍ୟକ୍ତିଙ୍କର ଦରକାର ଥିଲା ସେ ଆମକୁ ଜଣାଇତିଲେ ଏବଂ ଆମେ ତାଙ୍କ ପାଇଁ ବେଡ଼ ଯୋଗାଡ଼ ମଧ୍ୟ କରିଛୁ । ଚାଟ ଗୁଡ଼ିକ ଆପଣ ଦେଖିପାରିବେ ଏହାଛଡ଼ା ଆପଣଙ୍କ ପ୍ରଶାସନ ଖୁବ ଭଲ କାମ କରୁଛନ୍ତି । ଯାହାର ପୁଣି ଏକ ଉତ୍ତରରେ ଗଞ୍ଜାମ ପ୍ରଶାସନ ତରଫରୁ କୁହାଯାଇଛି ଯେ, ଆପଣଙ୍କ ବ୍ୟବସ୍ଥାକୁ ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନୁହେଁ । ରୋଗୀଙ୍କୁ ବେଡ଼ ଯୋଗାଇଦେବା ପାଇଁ ଟିମ ଗଞ୍ଜାମ ୨୪ଙ୍ଘ୭ କାର୍ଯ୍ୟ କରୁଛି । ଏହା ସତ୍ତେ୍ୱ ବି ଏହା ଆମ ଦାୟିତ୍ୱ କି ଏହାର ଅନୁସନ୍ଧାନ କରିବା ଯେ, କୌଣସି ବ୍ୟକ୍ତଙ୍କର ବେଡ଼ର ଦରକାର ରହୁଛି କି ନା । ଯେଉଁ କାରଣରୁ ଆମେ ଲୋକଙ୍କ ପାଖରେ ସତକୁ ପ୍ରକାଶ କରିଛୁ । ଆପଣ ଏବଂ ଆପଣଙ୍କ ସଂସ୍ଥା ଖୁବ ଭଲ କାମ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି