Masthead

ଜମ୍ମୁ-କାଶ୍ମୀର ପୁଞ୍ଝ ସେକ୍ଟରରେ ଆତଙ୍କୀ ହମଲା

ଜମ୍ମୁ-କାଶ୍ମୀର (ବଡ଼ ଖବର ବ୍ୟୁରୋ): ଜମ୍ମୁ-କାଶ୍ମୀର ପୁଞ୍ଝ ସେକ୍ଟରରେ ଆତଙ୍କୀ ହମଲା । ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଝ ଜିଲ୍ଲାରେ ଆତଙ୍କବାଦୀ ଦମନ ଅଭିଯାନ ସମୟରେ ଜଣେ ସେନା ଅଧିକାରୀ ଓ ଯବାନ ସାଙ୍ଘାତିକ ଆହତ ହୋଇଛନ୍ତି। ଅଭିଯାନରେ ଭାଗ ନେଇଥିବା ୫ଜଣ ନିରାପତ୍ତା କର୍ମଚାରୀଙ୍କୁ ହତ୍ୟା କରାଯିବାର ୪ ଦିନ ପରେ ସମ୍ପ୍ରତି ସେନା ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଜାରି ରହିଥିବା ଗୁଳି ବିନିମୟ ବୁଧବାର ସନ୍ଧ୍ୟା ବେଳେ ପୁଞ୍ଝ-ରାଜୌରି ଜଙ୍ଗଲରେ ଆରମ୍ଭ ହୋଇଥିଲା।

ଏହି ଅଭିଯାନ ଯୋଗୁଁ ଜମ୍ମୁ – ପୁଞ୍ଝ-ରାଜୌରି ରାଜପଥ ବନ୍ଦ ରହିଛି। ଅକ୍ଟୋବର ୧୦ ତାରିଖ ବିଳମ୍ବିତ ରାତ୍ରୀରେ ଯେଉଁ ଆତଙ୍କବାଦୀ ଦଳ ନିରାପତ୍ତା ବଳଙ୍କ ଉପରେ ଗୁଳି ଚଳାଇଥିଲେ ଏବେ ସେହି ଆତଙ୍କବାଦୀମାନଙ୍କ ସହ ଗୁଳି ବିନିମୟ ଚାଲିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ୧୦ ତାରିଖ ଦିନ ପୁଞ୍ଝ ଜିଲ୍ଲାର ସୁରନକୋଟ୍‌ ଅଞ୍ଚଳର ଡେରା କି ଗଲି ଅଞ୍ଚଳରେ ଗୁଳି ବିନିମୟ ସମୟରେ ଜଣେ ସେନା ଅଧିକାରୀ ଏବଂ ୪ଜଣ ଯବାନ ସହିଦ ହୋଇଥିଲେ।

ସେନାର ଜଣେ ମୁଖପାତ୍ର କହିଛନ୍ତି, ପୁଞ୍ଝ ଜିଲ୍ଲାର ମେନ୍ଧର୍‌ ସବ୍‌ ଡିଭିଜନ୍‌ ଅନ୍ତର୍ଗତ ନର୍‌ ଖାସ୍‌ ଅରଣ୍ୟ ଅଞ୍ଚଳରେ ଚାଲିଥିବା ଏହି ଆତଙ୍କବାଦୀ ପ୍ରତିମୁକାବିଲା ଅଭିଯାନରେ ଅକ୍ଟୋବର ୧୪ ସନ୍ଧ୍ୟାରୁ ଯବାନ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ଗୁଳି ବିନିମୟ ସମୟରେ ଜଣେ ‘ଜେସିଓ’ ଏବଂ ଜଣେ ଯବାନ ଆହତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ