Masthead

ସୌମ୍ୟ ମୃତ୍ୟୁ ମାମଲା: ବଲାଙ୍ଗୀର ବ୍ୟାଚଲର ପାର୍ଟିକୁ ନେଇ ତଦନ୍ତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ରହିଛି ବଲାଙ୍ଗୀର ଲିଙ୍କ୍ । ଏଥିପାଇଁ ବଲାଙ୍ଗିରରେ ପହଞ୍ଚିଛନ୍ତି ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ୫ଜଣିଆ ଟିମ୍ । ବ୍ୟାଚଲର ପାର୍ଟି ଆୟୋଜନ ଅଭିଯୋଗର ତଦନ୍ତ ପାଇଁ ବଲାଙ୍ଗିରରେ ପହଞ୍ଚିଥିଲେ ସ୍ୱତନ୍ତ୍ର ଟିମ୍ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ନାଁରେ ଥିବା ଏହି ଅଭିଯୋଗର ତଦନ୍ତ କରିବ ଏହି ଟିମ୍ । ସେପଟେ ଡିଏଫଓ ଓ ତଦନ୍ତକାରୀ ଅଧିକାରୀଙ୍କ ବୟାନରେ ତାଳମେଳ ରହୁନଥିବା ଦେଖିବାକୁ ମିଳୁଛି । ଯାହା ଘଟଣାକୁ ଆହୁରି ସନ୍ଦେହ ଘେରକୁ ନେଇଯାଉଛି ।

ଏହି ଘଟଣାରେ ଗଜପତି ଏସପି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ଗୁରାଣ୍ଡିଥାନା ଓଆଇସି ମମତାରାଣୀ ପଣ୍ଡାଙ୍କୁ କ୍ଲିନଚିଟ୍ ଦେଇଥିବା ବେଳେ ସେପଟେ ତଦନ୍ତକାରୀ ଅଫିସର ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି ବୋଲି ସୂଚନା ଦେଇଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ତଦନ୍ତ ସରିନଥିବା ବେଳେ ଏସପି ଡିଏଫଓ ଓ ଓଆଇସିଙ୍କୁ କିପରି କ୍ଲିନଚିଟ୍ ଦେଲେ? ଘଟଣାର ୧୨ ଦିନ ପରେ ଡିଏଫଓଙ୍କୁ ତଦନ୍ତ ପରିସରକୁ ଅଣାଯାଇଥିଲା । କିନ୍ତୁ ଗୋଟିଏ ଦିନ ଜେରା ପରେ କିପରି ତାଙ୍କୁ କ୍ଲିନଚିଟ୍ ଦେଲେ ଏସପି, ଡିଏଫଓଙ୍କୁ ଖସାଇ ଦେବାକୁ ଚାଲିନି ତ ଷଡ଼ଯନ୍ତ୍ର? ତାହା ବର୍ତ୍ତମାନ ସନ୍ଦେହ ଘେରରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ