Masthead

ଶ୍ରୀଲଙ୍କା ଟିମକୁ ଶକ୍ତ ଝଟକା, ଆଇସିସି ସଦସ୍ୟତାରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶ୍ରୀଲଙ୍କା ହରାଇଲା ଆଇସିସି ସଦସ୍ୟତା। ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବନ କଲା ଆଇସିସି। ଶ୍ରୀଲଙ୍କା ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଆଇସିସିର ପଦକ୍ଷେପ। ଆଇସିସି ବୋର୍ଡ ପକ୍ଷରୁ ଶୁକ୍ରବାର ବିସିଥିବା ଜରୁରୀକାଳିନ ବୈଠକରେ ଶ୍ରୀଲଙ୍କା କ୍ରିକେଟର ସଦସ୍ୟତା ପଦକୁ ରଦ୍ଦ କରିବାକୁ ନିଷ୍ପତ୍ତି ହୋଇଛି। କ୍ରିକେଟ ବୋର୍ଡ ଏକ ସ୍ବୟଂଶାସିତ ସଂସ୍ଥା। ଆଇସିସିର ସ୍ଥାୟୀ ସଦସ୍ୟ ଭାବେ ସବୁ ପ୍ରକାରର ନିୟମ ଉଲ୍ଲଙ୍ଘନ କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ। କାରଣ କ୍ରିକେଟ ବୋର୍ଡରେ ସରକାର କୌଣସି ହସ୍ତକ୍ଷେପ କରିପାରିବେ ନାହିଁ। ଆଇସିସିର ଏହି ପଦକ୍ଷେପ ଶ୍ରୀଲଙ୍କା ଟିମକୁ ବଡ଼ ଝଟକା ଦେଇଛି ।

ବିଶ୍ୱକପରେ ଶ୍ରୀଲଙ୍କା ଦଳର ପ୍ରଦର୍ଶନ ଖରାପ ରହିଛି । ଚଳିତ ବିଶ୍ୱକପରେ ୯ ମ୍ୟାଚ୍ ମଧ୍ୟରୁ କେବଳ ଦୁଇଟି ଜିତିପାରିଛି ଦଳ। ଏପରିକି ଆଫଗାନିସ୍ତାନଠାରୁ ବି ଦଳ ହାରିଯାଇଥିବାରୁ ଦେଶରେ ଅସନ୍ତୋଷ ବଢିବା ପରେ ଶ୍ରୀଲଙ୍କା ସରକାର ପୂରା ବୋର୍ଡକୁ ବହିଷ୍କାର କରିଥିଲେ । ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ତରଫରୁ ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରିଥିଲେ । କିନ୍ତୁ ସରକାରଙ୍କ ଏପରି କାର୍ଯ୍ୟ ବୋର୍ଡର କାର୍ଯ୍ୟରେ ହସ୍ତକ୍ଷେପ ବୋଲି ଆଇସିସି ବିବେଚନା କରିଛି । ଏହି କାରଣରୁ ଶ୍ରୀଲଙ୍କା ବୋର୍ଡକୁ ଆଇସିସି ସଦସ୍ୟତାରୁ ନିଲମ୍ବିତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ