Masthead

ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ

ସାହାର୍ଯ୍ୟ ମାଗିଲେ ପାଇଲଟ ହେଲେ ନିଷ୍ଠୁର ହେଲା ପାକସ୍ତାନ

ନୂଆଦିଲ୍ଲୀ (ବଡ଼ ଖବର ବୁ୍ୟରୋ):ସାହାର୍ଯ୍ୟ ମାଗିଲେ ପାଇଲଟ ହେଲେ ନିଷ୍ଠୁର ହେଲା ପାକସ୍ତାନ । ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବେଳେ ଏକ ଘରୋଇ ବିମାନ ପାକିସ୍ତାନର ସୀମା ନିକଟରେ ଥିବା ପଠାନକୋଟ ନିକଟରେ ପ୍ରବଳ କୁଆପଥର ବର୍ଷାର ସମ୍ମୁଖୀନ ହୋଇଥିଲା । ବିମାନଟି ପ୍ରତି ମିନିଟରେ ୮ହଜାର ୫୦୦ଫୁଟ ତଳକୁ ଖସୁଥିଲା ।

ଏପରି ଏକ ଜରୁରୀକାଳୀନ ପରିସ୍ଥିତିରେ ପାକିସ୍ତାନ ଏୟାରସ୍ପେସକୁ ବ୍ୟବହାର ପାଇଁ ସାହାଯ୍ୟ ମାଗିଥିଲେ ପାଇଲଟ । କିନ୍ତୁ ଲ୍ୟାଣ୍ଡ କରିବାପାଇଁ ସିଧା ମନାକରିଥିଲା ଲାହୋର ଏଟିସିଡି । ଡିଜିସିଏର ସୂଚନା ଅନୁଯାଇ, ବିମାନଟି ସଂସଦ ସଦସ୍ୟଙ୍କ ସମେତ ୨୨୦ରୁ ଅଧିକ ଯାତ୍ରୀଙ୍କୁ ନେଇ ୩୬ହଜାର ଫୁଟ ଉଚ୍ଚତାରେ ଯାତ୍ରା କରୁଥିଲା ।

ବିମାନଟି ବର୍ଷାର ଏତେ ନିକଟକୁ ଆସିସାରିଥିଲା ଯେ ସେ ପୁଣିଥରେ ଦିଲ୍ଲୀ ଫେରିପାରିଲେନି । ଶେଷରେ କୌଣସି ଉପାୟ ନପାଇ ବିପଦକୁ ସାମ୍ନାକରି ପାଇଲଟ ବିମାନଟିକୁ ଶ୍ରୀନଗର ଅଭିମୁଖେ ଆଗକୁ ବଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ମଧ୍ୟ ଆକାଶରେ କୁଆପଥର ମାଡ ହେଉଥିବାରୁ ବିମାନଟି ଥରୀଥିଲା ଏବଂ ଯାତ୍ରୀମାନେ ଖୁବ୍ ଭୟଭିତ ହୋଇପଡିଥିଲେ । କୁଆପଥର ମାଡ ଯୋଗୁ ବିମାନଟିର ନୋଜ୍ ଖ୍ୟତିଗ୍ରସ୍ଥ ହୋଇଥିଲା ।

ସମସ୍ତ ବିପଦର ସାମ୍ନା କରି ଶେଷରେ ସୁରକ୍ଷତାରସହ ଇଣ୍ଡିଗୋବିମାନ ତାର ୨୨୭ ଯାତ୍ରୀଙ୍କୁ ଶ୍ରୀନଗରରେ ଲ୍ୟାଣ୍ଡ କରିଥିଲା । ପାଇଲଟଙ୍କ ଏଭଳି ଚତୁରତାକୁ ସବୁଠି ପ୍ରଶଂସା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା