Masthead

ଓବିସି ଗଣନା ସରକାରଙ୍କ ପ୍ରହସନ: ଶ୍ରୀକାନ୍ତ ଜେନା

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଓବିସିଙ୍କୁ ନେଇ ରାଜନୀତି କରୁଛନ୍ତି ସରକାର। ନିର୍ବାଚନକୁ ଦୃଷ୍ଟି ରଖି ଏ ଗଣନା କରାଯାଉଛି। ଆମେ ଓବିସିଙ୍କ ପାଇଁ ଚିନ୍ତିତ, କିନ୍ତୁ ତାର ବିପରୀତ ଦିଗରେ ରାଜ୍ୟ ସରକାର ବୋଲି କହିଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ସେ କହିଛନ୍ତି ଓବିସି ବିରୋଧୀ ଏ ସରକାର। ଓବିସି ଓ ଏସସିଏସଟିଙ୍କ ଚିନ୍ତା ଯଦି ରାଜ୍ୟ ସରକାର କରୁଛନ୍ତି ତେବେ ତାଙ୍କୁ ତାଙ୍କ ହକରୁ କ’ଣ ପାଇଁ ବଞ୍ଚିତ ରଖୁଛନ୍ତି।

ଭାରତ ବର୍ଷର ସମସ୍ତ ରାଜ୍ୟରେ ତାଙ୍କୁ ୨୭% ସଂରକ୍ଷଣ ରଖାଯାଉଥିବା ବେଳେ ଓଡ଼ିଶାରେ କଣ ପାଇଁ ନୁହେଁ ? ଯଦି ରାଜ୍ୟ କିଛି ସ୍ଵତନ୍ତ୍ର ବ୍ୟବସ୍ଥା ନେବା ପାଇଁ ଚାହିବେ ତେବେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ୫୦%କୁ ବୃଦ୍ଧି କରିବା ପାଇଁ ଚାହିବେ ତେବେ ହୋଇପାରନ୍ତା। ଓଡ଼ିଶାରେ ଏସସି ଓଏସଟି ପ୍ରତିଶତ ହେଉଛି ୪୦। ଓବିସି ଜନସଂଖ୍ୟା ହେଉଛି ୫୪। ଓବିସିଙ୍କ ଅଧିକାରକୁ କଣ ପାଇଁ ସରକାର ସାମ୍ବିଧାନିକରୁ ବଞ୍ଚିତ କରି ରଖିଛନ୍ତି।

ରାଜ୍ୟ ସରକାରଙ୍କର ଯଦି ଆନ୍ତରିକତା ଅଛି ତେବେ ଏହାକୁ ସ୍ଥଗିତ ରଖି ସମ୍ବିଧାନରେ ମିଳିଥିବା ଅଧିକାର ତାଙ୍କୁ ଦିଅନ୍ତୁ। ରାଜ୍ୟ ସରକାରଙ୍କର ଯଦି ଆନ୍ତରିକତା ଅଛି ତେବେ ଘରକୁ ଘର ଯାଇ ଗଣନା କରନ୍ତୁ। କିନ୍ତୁ ତାହା ନ କରି ଭୂଆଁ ବୁଲାଛନ୍ତି। ମୁ ପ୍ରଥମରୁ କହୁଛି ଏ ନିଷ୍ପତି ଭୁଲ । ଏହା ଖାଲି ସରକାରଙ୍କ ପ୍ରହସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ