ତୁମୁଡ଼ିବନ୍ଧ (ବଡ଼ ଖବର ବ୍ୟୁରୋ): ଗତ ମାସ ୨୨ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରି ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ପ୍ରତିବାଦ କରିଥିଲେ ଅମଲା । ଶେଷରେ ରାଜ୍ୟ ମିଳିତ ଅମଲା ସଂଘର ନିଷ୍ପତିକ୍ରମେ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସମୂହ ଛୁଟିରେ ରହିବାକୁ ସ୍ଥିର କରିଛନ୍ତି କନ୍ଧମାଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ । ତୁମୁଡିବନ୍ଧ ଓ କୋଟଗଡ଼ ବ୍ଲକର କିରାଣୀମାନେ ଆନେ୍ଦାଳନରେ ସାମିଲ ହୋଇଛନ୍ତି ।