Masthead

ଖଇରାର ୩ଟି କ୍ରସର ଉପରେ ଚଢାଉ

ସୋର (ବଡ଼ ଖବର ବ୍ୟୁରୋ): ଦୁଇ ଦିନ ଧରି ମିଳିତ ଟିମର ଚଢାଉ, ୩ କ୍ରସର ସିଲ ୧୫ଟି କ୍ରସରର କାଗଜ ପତ୍ର ଯାଞ୍ଚ । ଖଇରା ତହସିଲ ଅଧିନ ଶାରିଖୁଆ ପାହାଡ ନିକଟରେ ବହୁ ବେଆଇନ କ୍ରସର ଚାଲିଥିବା ବେଳେ ଗୁରୁବାର କ୍ରସର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଭିମଚରଣ ମାରାଣ୍ଡିଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଟିମ ଗଠନ କରାଯାଇ କୁପାରୀ ଅଞ୍ଚଳରେ ଚାଲିଥିବା କ୍ରସର ଗୁଡିକର କାଗଜ ପତ୍ର ଯାଞ୍ଚ କରାଯାଇଛି । ଗତକାଲି ଏହି ଚଢାଉରେ ୧୦ଟି କ୍ରସରର ଆଜି ୫ ଟି କ୍ରସର ଖାତାପତ୍ର ଯାଞ୍ଚ ସାଙ୍ଗକୁ ଓ ପ୍ରଦୂଷଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ ଉପରେ ଗୁରୁତ୍ଵ ଦିଆଯାଇଥିଲା । ବେଆଇନ ଭାବେ ଚାଲିଥିବା ୩ଟି କ୍ରସରକୁ ସିଲ୍ କରାଯାଇଛି ।

ଉକ୍ତ ଟିମରେ ଜିଲ୍ଲା ଖଣି ଅଧିକାରିଣୀ ସନ୍ତୋଷିପ୍ରଭା ସେଠୀ, ଫରେଷ୍ଟର ନରେଶ ସିଂ,ରେଞ୍ଜର ମନୋରଞ୍ଜନ ନାୟକ, ଖଇରା ତହସିଲଦାର ସବ୍ୟସାଚୀ ଜେନା, ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନୀ ଧଳ, ଖଇରା ଥାନା ଆଇଆଇସି ଗୟାଧର ବେହେରା ପ୍ରମୁଖ ସାମିଲ ହୋଇଥିଲେ । ସେହିଭଳି ଶୁକ୍ରବାର ଅନ୍ୟ କ୍ରସର ଗୁଡିକ ଯାଞ୍ଚ କରାଯାଇଛି । କାଗଜପତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ ତଥ୍ୟ ଉପରେ ସମୀକ୍ଷା କରାଯିବା ପରେ ବାକି କ୍ରସର ଗୁଡିକ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ଖଣି ଅଧିକାରଣୀ ସନ୍ତୋଷିନୀ ସେଠୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ