Masthead

ଚାଷ ପାଇଁ ଚଷା ସାଜିଲେ ରାହୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚାଷୀଙ୍କ ସାଙ୍ଗରେ ଚାଷୀ ବନିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ବିଲରେ ପହଞ୍ଚିଲେ ଧାନ ରୋଇଲେ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ସକାଳେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାତ୍ରା କରିଥିଲେ। କୁଣ୍ଡଲି ସୀମାରେ ପହଞ୍ଚିବା ପରେ ସେ ହଠାତ୍ କାର୍ଯ୍ୟକ୍ରମ ବଦଳାଇ ସୋନିପତ ଅଭିମୁଖେ ଯାତ୍ରା କଲେ। ସେଠାରୁ ସେ ବରୋଦାର ମଦିନା ଗ୍ରାମରେ ପହଞ୍ଚିଥିଲେ। ଗ୍ରାମରେ ବିଲରେ ଚାଷୀଙ୍କୁ ଦେଖି ଚାଷ ବିଷୟରେ ଜାଣିବା ପାଇଁ ବିଲ ଭିତରକୁ ଯାଇଥିଲେ ।

ପରେ କ୍ଷେତରେ ନିଜେ ଶ୍ରମିକମାନଙ୍କ ସହିତ ଧାନ ଲଗାଇବା ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ ନିଜେ ଟ୍ରାକ୍ଟର ଚଲାଇଥିଲେ । ସୂଚନା ପାଇବା ମାତ୍ରେ ଗ୍ରାମବାସୀ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ବରୋଦାର କଂଗ୍ରେସ ବିଧାୟକ ଇନ୍ଦୁରଜ ନରୱାଲ ଏବଂ ଗୋହାନା ଜଗବୀର ସିଂ ମଲିକଙ୍କ ମଧ୍ୟ ରାହୁଲ ପହଞ୍ଚିବା ପରେ ମଦିନାରେ ପହଞ୍ଚିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ