Before Header

ଶିମିଳିପାଳ ସୁରକ୍ଷା ଦାବିରେ ହରତାଳ

0 65

ବାରିପଦା(ବଡ଼ ଖବର ବ୍ୟୁରୋ): ଶିମିଳିପାଳ ସୁରକ୍ଷା ଦାବି ନେଇ ହରତାଳ । ଭଞ୍ଜସେନା ପକ୍ଷରୁ ରାଜପଥ ରୋକ କରାଯାଇଛି । ମୟୁରଭଞ୍ଜ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୧୮ ଓ ୪୯ନଂ ଏବଂ ରାଜ୍ୟ ରାଜପଥ ଉଦଳା-ବାରିପଦା, କରଞ୍ଜିଆ -ଠାକୁରମୁଣ୍ଡା ରାସ୍ତା ଉପରେ ହରତାଳ କରାଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଛି । ପାଲବଣି, ଦାନ୍ତିଆମୁହାଁ, ଝାରପୋଖରିଆ, ବାଙ୍ଗିରିପୋଷି, ବିଶୋଇ, କରଞ୍ଜିଆ, ଯଶିପୁର, ଠାକୁରମୁଣ୍ଡା, ଉଦଳା, ଡୁକୁରା ଓ ଅସ୍ତିଆ ଠାରେ ସେନାର ସଦସ୍ୟ କର୍ମକର୍ତ୍ତାଙ୍କ ନେତୃତ୍ବରେ ହରତାଳ ଜାରି ରହିଛି ।

Leave A Reply

Your email address will not be published.