Masthead

ବୋତଲରେ କମ୍ ମଦକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ସୋର (ବଡ଼ ଖବର ବ୍ୟୁରୋ): ମଦ ବୋତଲ ଧରି ଥାନାରେ ଦ୍ୱାରସ୍ଥ ହେଲେ ଯୁବକ । ଏମିତି ଏକ କୌତୁକପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି ସୋର ଥାନା ପରିସରରେ । ସୋର ଥାନାରେ ପ୍ରତ୍ୟେକ ଦିନ ଶହ ଶହ କେସ ଆସିଥାଏ । କିଛି ଦିନ ପୂର୍ବରୁ ଛେଳି ଚାଉଳ ଖାଇଯିବାକୁ ନେଇ ଛେଳି ନାଁରେ କେସ ପାଇଁ ଥାନାକୁ ଆସିଥିଲେ ଯୁବକ । ସେହିପରି ବିଲରେ ଧାନ ଗଛ ଖାଇଦେବାରୁ ଗାଈକୁ ନେଇ ମଧ୍ୟ କେସ କରିବାକୁ ଆସିଥିଲେ ।

ଆଉ ଏବେ ଏମିତି ଏକ କେସ ବେଶ ଚର୍ଚ୍ଚା ଲାଗିରହିଛି ବିଶେଷ କରି ଥାନାରେ କେହିବି ମଦ ପିଇ କି ହେଉ କିମ୍ବା ମଦ ଧରିଥିବା ଅବସ୍ଥାରେ ପୋଲିସ ହାବୁଡାରେ ପଡିଲେ ଆପେ ଆପେ ଭୟ ପଳେଇଆସିଥାଏ । ହେଲେ ମଦ ବୋତଲ ଧରି ଥାନା ଭିତରେ ପସି ଥାନାରେ ଅଭିଯୋଗ କରିବା ଘଟଣା ବେଶ ଆଲୋଚନାର ବିଷୟ ପାଲଟିଛି । ଘଟଣଶ ଥିଲା କିଛି ଏମିତି । ସୋର ଥାନା ଉତ୍ତରେସ୍ୱର ଠାରେ ଥିବା ସରକାରୀ ମଦ ଦୋକାନରୁ ଦୁଇ ସାଙ୍ଗ ସମାନ ଭାଗ ଟଙ୍କା ନେଇ ମଦ କିଣିବାକୁ ଯାଇଥିଲେ ।

୧୮୦ ମିଲି ମଦ କିଣିବାକୁ ଥିବା ବେଳେ ଦୋକାନୀ ୭୫୦ମିଲି ମଦ ବୋତଲରୁ କାଢି ଅନ୍ୟ ଏକ ବୋତଲ ପୁରେଇ ଯୁବକଙ୍କୁ ଦେଇଥିଲେ । ଯାହାକୁ ସେହି ବୋତଲ ଯୁବକ ମାଗିଥିବା ମଦର ବୋତଲ ନଥିଲା । ବାସ ଏତିକିରେ ଯୁବକ ଜଣଙ୍କ ଉକ୍ତ ମଦ ବୋତଲକୁ ଧରି ଥାନାରେ ହାଜର । ଏହି ଘଟଣା ଦେଖି ଥାନାରେ ଥିବା ପୋଲିସ କର୍ମଚାରୀ ଠାରୁ ଆରମ୍ଭ କରି ଥାନାକୁ ଆସିଥିବା ଲୋକ ମାନେ ତାଜୁବ ହୋଇଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର