ବୋତଲରେ କମ୍ ମଦକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ସୋର (ବଡ଼ ଖବର ବ୍ୟୁରୋ): ମଦ ବୋତଲ ଧରି ଥାନାରେ ଦ୍ୱାରସ୍ଥ ହେଲେ ଯୁବକ । ଏମିତି ଏକ କୌତୁକପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି ସୋର ଥାନା ପରିସରରେ । ସୋର ଥାନାରେ ପ୍ରତ୍ୟେକ ଦିନ ଶହ ଶହ କେସ ଆସିଥାଏ । କିଛି ଦିନ ପୂର୍ବରୁ ଛେଳି ଚାଉଳ ଖାଇଯିବାକୁ ନେଇ ଛେଳି ନାଁରେ କେସ ପାଇଁ ଥାନାକୁ ଆସିଥିଲେ ଯୁବକ । ସେହିପରି ବିଲରେ ଧାନ ଗଛ ଖାଇଦେବାରୁ ଗାଈକୁ ନେଇ ମଧ୍ୟ କେସ କରିବାକୁ ଆସିଥିଲେ ।

ଆଉ ଏବେ ଏମିତି ଏକ କେସ ବେଶ ଚର୍ଚ୍ଚା ଲାଗିରହିଛି ବିଶେଷ କରି ଥାନାରେ କେହିବି ମଦ ପିଇ କି ହେଉ କିମ୍ବା ମଦ ଧରିଥିବା ଅବସ୍ଥାରେ ପୋଲିସ ହାବୁଡାରେ ପଡିଲେ ଆପେ ଆପେ ଭୟ ପଳେଇଆସିଥାଏ । ହେଲେ ମଦ ବୋତଲ ଧରି ଥାନା ଭିତରେ ପସି ଥାନାରେ ଅଭିଯୋଗ କରିବା ଘଟଣା ବେଶ ଆଲୋଚନାର ବିଷୟ ପାଲଟିଛି । ଘଟଣଶ ଥିଲା କିଛି ଏମିତି । ସୋର ଥାନା ଉତ୍ତରେସ୍ୱର ଠାରେ ଥିବା ସରକାରୀ ମଦ ଦୋକାନରୁ ଦୁଇ ସାଙ୍ଗ ସମାନ ଭାଗ ଟଙ୍କା ନେଇ ମଦ କିଣିବାକୁ ଯାଇଥିଲେ ।

୧୮୦ ମିଲି ମଦ କିଣିବାକୁ ଥିବା ବେଳେ ଦୋକାନୀ ୭୫୦ମିଲି ମଦ ବୋତଲରୁ କାଢି ଅନ୍ୟ ଏକ ବୋତଲ ପୁରେଇ ଯୁବକଙ୍କୁ ଦେଇଥିଲେ । ଯାହାକୁ ସେହି ବୋତଲ ଯୁବକ ମାଗିଥିବା ମଦର ବୋତଲ ନଥିଲା । ବାସ ଏତିକିରେ ଯୁବକ ଜଣଙ୍କ ଉକ୍ତ ମଦ ବୋତଲକୁ ଧରି ଥାନାରେ ହାଜର । ଏହି ଘଟଣା ଦେଖି ଥାନାରେ ଥିବା ପୋଲିସ କର୍ମଚାରୀ ଠାରୁ ଆରମ୍ଭ କରି ଥାନାକୁ ଆସିଥିବା ଲୋକ ମାନେ ତାଜୁବ ହୋଇଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’