Masthead

ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ ସହ ରୋଷେୟା ମାଡ଼ ମାରିଥିବା ଅଭିଯୋଗ

ବାଂଶପାଳ(ବଡ଼ ଖବର ବ୍ୟୁରୋ): ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଗୋଡ଼ାଇ ଗୋଡ଼ାଇ ହଷ୍ଟେଲ ରୋଷେୟା ପିଟିଥିବା ଅଭିଯୋଗ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଯନ୍ତାରି ଉଚ୍ଚବିଦ୍ୟାଳୟରେ ଥିବା ହଷ୍ଟେଲରେ ଜଣେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ହଷ୍ଟେଲର ରୋଷେୟା ଅସଦାଚରଣ କରିବା ସହିତ ମାଡମାରିଥିବାର ପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଯନ୍ତାରି ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ରହିଛି । ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ପଢ଼ୁଥିବା ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ଆବାସିକ ହଷ୍ଟେଲ ରହିଛି । ସେଠି ୧୪ଜଣ ଆଦିବାସୀ ବାଳିକା ଓ ୨୬ଜଣ ବାଳକ ରହି ପାଠ ପଢ଼ନ୍ତି ।

ହଷ୍ଟେଲର ରୋଷେୟା ଭଗବାନ ବେହେରା ମଦ ପିଇ ସବୁ ଦିନ ହଷ୍ଟେଲକୁ ଆସିଥାଏ । ମଦ ନିଶାରେ ଭଗବାନ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ କୁ ଡାକି ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ । ଅସଦାଚରଣକୁ ଛାତ୍ରୀ ଜଣକ ପ୍ରତିବାଦ କରିବାରୁ ତାକୁ ମାଡ଼ମାରୀ ଗେଟ ବାହାରକୁ ବାହାର କରିବା ବେଳେ ଅନ୍ୟଛାତ୍ର ଛାତ୍ରୀ ନାବାଳିକା ଛାତ୍ରୀଙ୍କୁ ଭଗବାନ କବଳରୁ ଉଦ୍ଧାର କରିଥିଲେ । ଛାତ୍ରୀ ଜଣକ ହଷ୍ଟେଲ ଗାଧୁଆଘରେ ଲୁଚିଥିଲେ । ତେବେ ହଷ୍ଟେଲରେ ପାଟି ତୁଣ୍ଡ ଶୁଣି କିଛି ଗ୍ରାମବାସୀ ପହଂଚିବାରୁ ମଦୁଆ ରୋଷେୟା ସେଠାରୁ ଫେରାର ହୋଇଯାଇଥିଲେ । ଏ ବିଷୟରେ ବ୍ଲକ ଶିକ୍ଷାଅଧିକାରୀଙ୍କୁ ପଚାରିବାରୁ ଅଧିକାରୀ କହିଛନ୍ତି ଦୋଷୀଙ୍କ ବିରୋଧରେ ଉଚିତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ