Masthead

ଅନଲାଇନ ପରୀକ୍ଷା ଦାବିରେ ତାତିଲେ ଛାତ୍ରଛାତ୍ରୀ

ଫୁଲବାଣୀ (ବଡ଼ ଖବର ବ୍ୟୁରୋ): ଅନଲାଇନ ପରୀକ୍ଷା ଦାବିରେ ତାତିଲେ ଛାତ୍ରଛାତ୍ରୀ । କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବଢି ଚାଲିଛି। କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୬୦ ରେ ପହଞ୍ଚିଲାଣି । କଲେଜ ହଷ୍ଟେଲ ନିକଟରେ କୋଭିଡ଼ ଟେଷ୍ଟ ସେଣ୍ଟର ରହିଛି । ଜିଲ୍ଲାର ୩୪ ଟି ସ୍ଥାନରେ ଏବେ ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ମଧ୍ୟ କରିଛି । କରୋନା ସଂକ୍ରମଣ ପାଇଁ ଅନେକ ସ୍ଥାନରେ କଲେଜ ବନ୍ଦ ରହିବା ସହ ହଷ୍ଟେଲ ମଧ୍ୟ ଖାଲି କରାଗଲାଣି ।

କେବଳ ସେତିକି ନୁହେଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସିବିଏସଇ ପରୀକ୍ଷା ବାତିଲ କରିଦେଲେଣି । ଦ୍ବାଦଶ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏପରି ପରିସ୍ଥିତିରେ ଅଟୋନମସ କଲେଜ ପରୀକ୍ଷାକୁ ଅନଲାଇନ କରିବାରେ କ୍ଷତି କ’ଣ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିବା ସହ ଗୁରବାର ସକାଳୁ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବାଯାଏ ଧାରଣା ଚାଲିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଏନେଇ କଲେଜ ଅଧ୍ୟକ୍ଷ ପଞ୍ଚାନନ ବେହେରାଙ୍କୁ ପଚରାଯାଇଥିଲା ।

ତାଙ୍କ ହାତରେ କିଛି କ୍ଷମତା ନଥିବା ସେ କହିଛନ୍ତି । ସରକାର ଓ ପ୍ରଶାସନ ଯାହା ପଦକ୍ଷେପ ନେବେ ବୋଲି କହିଛନ୍ତି । ସରକାର ଅଫଲାଇନରେ ପାଠପଢ଼ା ଓ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇ ଚିଠି କରିଛନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି। ଏନେଇ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି ଅଧ୍ୟକ୍ଷ ପଞ୍ଚାନନ ବେହେରା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି