Masthead

ଅନଲାଇନ ପରୀକ୍ଷା ଦାବିରେ ତାତିଲେ ଛାତ୍ରଛାତ୍ରୀ

ଫୁଲବାଣୀ (ବଡ଼ ଖବର ବ୍ୟୁରୋ): ଅନଲାଇନ ପରୀକ୍ଷା ଦାବିରେ ତାତିଲେ ଛାତ୍ରଛାତ୍ରୀ । କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବଢି ଚାଲିଛି। କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୬୦ ରେ ପହଞ୍ଚିଲାଣି । କଲେଜ ହଷ୍ଟେଲ ନିକଟରେ କୋଭିଡ଼ ଟେଷ୍ଟ ସେଣ୍ଟର ରହିଛି । ଜିଲ୍ଲାର ୩୪ ଟି ସ୍ଥାନରେ ଏବେ ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ମଧ୍ୟ କରିଛି । କରୋନା ସଂକ୍ରମଣ ପାଇଁ ଅନେକ ସ୍ଥାନରେ କଲେଜ ବନ୍ଦ ରହିବା ସହ ହଷ୍ଟେଲ ମଧ୍ୟ ଖାଲି କରାଗଲାଣି ।

କେବଳ ସେତିକି ନୁହେଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସିବିଏସଇ ପରୀକ୍ଷା ବାତିଲ କରିଦେଲେଣି । ଦ୍ବାଦଶ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏପରି ପରିସ୍ଥିତିରେ ଅଟୋନମସ କଲେଜ ପରୀକ୍ଷାକୁ ଅନଲାଇନ କରିବାରେ କ୍ଷତି କ’ଣ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିବା ସହ ଗୁରବାର ସକାଳୁ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବାଯାଏ ଧାରଣା ଚାଲିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଏନେଇ କଲେଜ ଅଧ୍ୟକ୍ଷ ପଞ୍ଚାନନ ବେହେରାଙ୍କୁ ପଚରାଯାଇଥିଲା ।

ତାଙ୍କ ହାତରେ କିଛି କ୍ଷମତା ନଥିବା ସେ କହିଛନ୍ତି । ସରକାର ଓ ପ୍ରଶାସନ ଯାହା ପଦକ୍ଷେପ ନେବେ ବୋଲି କହିଛନ୍ତି । ସରକାର ଅଫଲାଇନରେ ପାଠପଢ଼ା ଓ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇ ଚିଠି କରିଛନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି। ଏନେଇ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି ଅଧ୍ୟକ୍ଷ ପଞ୍ଚାନନ ବେହେରା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି