Masthead

ଶୁଭଲକ୍ଷ୍ମୀ ସୁଇସାଇଡ ସସପେନ୍ସ, ଆଜି ଆସିବ ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଶୁଭଲକ୍ଷ୍ମୀ ସୁଇସାଇଡ ସସପେନ୍ସ । ଆତ୍ମହତ୍ୟା ନା ହତ୍ୟା ଲାଗି ରହିଛି ସନେ୍ଦହ । ଆଜି ଆସିବ ଶବ ବ୍ୟବଚ୍ଛେଦ ଏବଂ ଏସଏଫଏସଏଲ ରିପୋର୍ଟ । ସେପଟେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ମାରାଥନ ଜେରା କରିଛି ପୋଲିସ । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ପାଖକୁ କିଏ ଏବଂ ଶୁଭଲକ୍ଷ୍ମୀ କାହାକୁ ଫୋନ କରିଥିଲେ । କାହା ସହିତ ଶେଷଥର ପାଇଁ କଥା ହୋଇଥିଲେ ଶୁଭଲକ୍ଷ୍ମୀ । ଏନେଇ ଏସଏଫଏସଏଲ ରିପୋର୍ଟ ତଥ୍ୟ ଅନୁସାରେ ତଦନ୍ତକୁ ଆହୁରି ଜୋରଦାର କରାଯିବ । ସେପଟେ ଶୁଭଲକ୍ଷ୍ମୀଙ୍କ ରିଲ୍ସରେ ନଜର ଆସୁଥିବା ପୁରୁଷବନ୍ଧୁଙ୍କୁ ମାରାଥନ ଜେରା କରିଛି ଲକ୍ଷ୍ମୀସାଗର ପୋଲିସ ।

୨ ତାରିଖରୁ ୪ ତାରିଖ ମଧ୍ୟରେ ହୋଟେଲ ରୁମରେ ଶୁଭଲକ୍ଷ୍ମୀ କାହା ସହ ମିଶିଥିଲେ ? ସେ ସବୁ ଜାଣିବା ପାଇଁ ସିସିଟିଭି ଯାଞ୍ଚ କରାଯାଇଛି । ଅନ୍ୟପଟେ ଭାଇରାଲ ଭିଡିଓକୁ ନେଇ ମଧ୍ୟ ତଦନ୍ତ କରୁଛି ପୋଲିସ । ଅଶ୍ଳୀଳ ଭିଡିଓ ଘୁରି ବୁଲିବା ପରେ ମାନସିକ ଅବସାଦଗସ୍ତ ହୋଇ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିନାହାନ୍ତି ତ ? ଜଣେ ବାର କର୍ମଚାରୀଙ୍କ ସହିତ ମଧ୍ୟ ତାଙ୍କର ସମ୍ପର୍କ ଥିବା ପୋଲିସ ସନ୍ଦେହ କରୁଛି । ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ଶୁଭଲକ୍ଷ୍ମୀଙ୍କ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି