Masthead

ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେଡିରେ ମିଶିଲେ ସୁଜାତା । ଦଳରେ ଯୋଗ ଦେଉଦେଉ ପାର୍ଟି ଦୁଇଫାଳ । ଗୋଟେ ପଟେ ମିଶ୍ରଣ ପର୍ବ ଅନ୍ୟପଟେ ବିଦ୍ରୋହୀଙ୍କ ମାନସମନ୍ଥନ । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନବୀନ ବିଧିବଦ୍ଧ ଭାବେ ଦଳରେ ଯୋଗଦେବା ନେଇ ଉତ୍ତରି ଦେଉଥିବା ବେଳେ ଅନେକ ନେତା ମଂଚ ତଳେ ଥାଇ ତାଙ୍କୁ ସ୍ୱାଗତ କଲେ । ହେଲେ ଯେଉଁମାନେ ଭିକେ ପାଣ୍ଡିଆନଙ୍କୁ ବିରୋଧ କରୁଥିଲେ ସେମାନଙ୍କ ଦେଖା ନଥିଲା । ଅର୍ଥାତ କହିବାକୁ ଗଲେ ସୁଜାତାଙ୍କ ବିଜେଡିରେ ଯୋଗ ନିଷ୍ପତିକୁ କିଛି ନେତା ନାପସନ୍ଦ କରିଛନ୍ତି ।

ସେଥିମଧ୍ୟରୁ ଜଣେ ହେଲେ ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସୁଜାତାଙ୍କ ମିଶ୍ରଣ ପର୍ବରେ ପ୍ରସନ୍ନଙ୍କ ଦେଖାନାହିଁ । ଆଉ ଜଣେ ହେଲେ ବଦ୍ରି ନାରାୟଣ ପାତ୍ର । ସେ ମଧ୍ୟ ପାଣ୍ଡିଆନଙ୍କୁ ବିରୋଧ କରୁଛନ୍ତି । ସୁଜାତାଙ୍କ ମିଶ୍ରଣ ପର୍ବରେ ବଦ୍ରି ଅନୁପସ୍ଥିତ ରହିଲେ । ଆଉ ଜଣେ ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଦିନେ ରାଜା ସ୍ୱାଇଁ ଓ ପାଣ୍ଡିଆନଙ୍କ ମଧ୍ୟରେ ଚାଲିଥିଲା ଯୁକ୍ତିତର୍କ । ସେହି ଦିନ ଠାରୁ ପାଣ୍ଡିଆନଙ୍କ ସହ ରାଜାଙ୍କ ସଂପର୍କ ଭଲ ନାହିଁ । ଯେତେବେଳେ ସୁଜାତା ବିଜେଡିରେ ମିଶୁଛନ୍ତି ରାଜାଙ୍କ ଦେଖାନାହିଁ । ଦିନେ ଯିଏ ବିଜେଡି ସାଙ୍ଗଠନିକ ଦାୟିତ୍ୱରେ ଥିଲେ ସେହି ବବି ଦାସ ମଧ୍ୟ ଉପସ୍ଥିତ ନ ଥିଲେ । ଅର୍ଥାତ ସୁଜାତା ବିଜେଡିର ଯୋଗଦେବା ନିଷ୍ପତ୍ତି ବିରୋଧରେ ବବି କୁହାଯାଉଛି । ବିକ୍ରମ କେଶରୀ ଆରୁଖ, ଲତିକା ପ୍ରଧାନ ଭଳି ଅନେକ ପାଣ୍ଡିଆନ ବିରୋଧୀ ନେତାଙ୍କ ଦେଖାନଥିଲା ।

ଅର୍ଥାତ କହିବାକୁ ଗଲେ ସେମାନେ ସୁଜାତାଙ୍କ ମିଶିବାକୁ ପସନ୍ଦ କରୁନଥିଲେ । ଯେତେବେଳେ ସୁଜାତା ମିଶିବା ଖବର ନେଇ କୁହାଗଲା ସମସ୍ତ ନେତାଙ୍କୁ କୁହାଯାଇଥିଲା ଯ ମିଶ୍ରଣ ପର୍ବରେ ଯୋଗଦେବେ । ଯେତେବେଳେ ଏହି ବିଦ୍ରୋହୀ ଗୋଷ୍ଠୀଙ୍କ ଦେଖା ମିଳୁନାହିଁ ଏ କଥା କୁହାଯାଇପାରେ ଯେ ଏମାନେ ସୁଜାତାଙ୍କୁ ଗ୍ରହଣ କରୁପାରୁନାହାନ୍ତି । ଯାହା ବିଜେଡି ପାଇଁ ବଡ଼ ଚିନ୍ତାର ବିଷୟ । ତା ହେଲେ ଏକଥା କୁହାଯିବ କି ସୁଜାତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରେ ମିଶାଇବା ପରେ ଗୋଟିଏ ଗୋଷ୍ଠୀ ଏବେ ମୁହଁ ମୋଡ଼ିଛନ୍ତି । ଯଦି ଏହି ପ୍ରକ୍ରିୟା ଆଗକୁ ଚାଲେ ତାହେଲେ ଏହା ହିଁ ସତ ଯେ ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଖୁବଶୀଘ୍ର ଦେଖାଦେବ । ଯାହା ଦଳ ପାଇଁ ବକ୍ଷ କ୍ଷତି ଆଣିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ଯାଇଛି ୭ ଜୀବନ: ସୁରେଶ ପୂଜାରୀ 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ଯାଇଛି ୭ ଜୀବନ: ସୁରେଶ ପୂଜାରୀ