Masthead

ରାଜପଥ କଡ଼ରେ କାଲିର ଭବିଷ୍ୟତ

ସୁକିନ୍ଦା, (ବଡ଼ ଖବର ବ୍ୟୁରୋ): ଅନ୍ଧାର ରାତି । ୫୩ ନମ୍ବର ଜାତୀୟ ରାଜପଥରେ ଯିବା ଆସିବା କରୁଛି ଶହ ଶହ ଗାଡ଼ି ମଟର । ଗାଡ଼ି ଆଳୁଅରେ ସବୁ ଝାପସା ଝାପସା ଲାଗୁଛି । ଗାଡ଼ିଗୁଡିକର ହର୍ଣ୍ଣରେ କିଛି ଶୁଣାଯାଉନି । ଏତିକି ବେଳେ ଟର୍ଚ୍ଚ ଲାଇଟ୍ ଧରି ରାସ୍ତାକଡ଼ରେ ବସିଛି ଜଣେ ନିଷ୍ପାପ ବାଳକ । ସତେ ଯେମିତି ଘରର ସବୁ ଦାୟିତ୍ୱ ତା’ ମୁଣ୍ଡ ଉପରେ । ଢଳ ଢଳ ଆଖିରେ ଚାହି ରହିଛି ଗରାଖଙ୍କୁ । ରାସ୍ତାକଡ଼ରେ ସେ ମେଲିଛି ପସରା, ବାଡି଼ରେ ଫଳିଥିବା କଇଥର ପସରା ।

ଶିଳ୍ପ ଓ ଖଣି ଭରା ଅଞ୍ଚଳକୁ ସଂଯୋଗ କରୁଥିବା ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଗରାଖଙ୍କୁ ଅପେକ୍ଷା କରିବସିଛି ଦେଶର ଭବିଷ୍ୟତ । ପରିବାରର ଖର୍ଚ୍ଚ ଉଠାଇବାକୁ ଯାଇ ରାସ୍ତା କଡରେ ବିକୁଛି କଇଥ । ସୁକିନ୍ଦା ବ୍ଳକ ସୁକିନ୍ଦାଗଡ଼ର ଜଲାଲ । ବୟସ ମାତ୍ର ୬ । ପରିବାରର ଅର୍ଥିକ ଅବସ୍ଥା ଭଲ ନାହିଁ । ଅଭାବ ଅନଟନରୁ ଘରେ ସବୁବେଳେ କଳି ଝଗଡା ଲାଗିରୁହେ । ପରିବାରର ଏଭଳି ଅବସ୍ଥା ଜଲାଲ ସହିପାରିଲାନି । ସବୁଦିନେ ସନ୍ଧ୍ୟାରେ ବାଡିରୁ କଇଥ ଆଣି ରାସ୍ତାକଡରେ ବିକ୍ରି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା