Masthead

ମୋତେ କଟକ ନିଅ, କଷ୍ଟ ସହି ହେଉନି

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ମୁତ୍ୟୁ ସହ ଲଢେଇ କରୁଛି ଘରର ଏକ ମାତ୍ର ରୋଜଗାରିଆ ପୁଅ । ୫ ପ୍ରାଣୀ କୁଟମ୍ବ । ପରଘରୁ ମୁଠେ ଚାଉଳ ମାଗି ଆଣିଲେ ପେଟକୁ ଯାଏ ଭାତ । ମୋତେ କଟକ ନିଅ, ଆମ୍ବୁଲାସ୍ ଆଣ ଆଉ କଷ୍ଟ ସହି ହେଉନି , ମୋ ପିଲା ଘର ସଂସାର କେମିତି ଚଳିବ, ରୋଗ ଶର୍ଯ୍ୟାରେ ପଡି ଥରଥର କଣ୍ଠରେ ଏମିତି କହୁଥିବା ଏହି ବ୍ୟକ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ପଂଚାୟତ ଗନ୍ଧାପାଳ ଗାଁ ର ମୂଷା ବାରିକ । ଦୀର୍ଘ ୩ ବର୍ଷ ତଳୁ ପାରାଲିସେସ୍ ଆକ୍ରାନ୍ତ ହୋଇ ରୋଗ ଶର୍ଯ୍ୟାରେ ପଡରହିଛନ୍ତିି । ଦୀର୍ଘ ଦିନ ଧରି ମୂଷା ରୋଗରେ ପଡି ରହିଥିବା ବେଳେ ଦେହ ଓ ମୁହଁସାରା ଘାଆ ହୋଇଯାଇଛି । ପରିବାର ପକ୍ଷରୁ ମୂଷାଙ୍କ ଚିକିତ୍ସା କରିବା ପାଇଁ ଅର୍ଥ ନାହିଁ ।

ସରକାରୀ ସହାୟତା କହିଲେ କେବଳ ୨୫ କେଜି ଚାଉଳ । ପରିବାର ପ୍ରତି ପଷୋଣ କରିବାରେ ଏହା ସମ୍ଭବ ହେଉନହିଁ । ସ୍ତ୍ରୀଙ୍କ ମୁଣ୍ଡରେ ପରିବାର ଚଳାଇବା ଚିନ୍ତା । ରାତି ପାଇଲେ ପିଲାଙ୍କ ପେଟକୁ ମୁଠେ ଦାନା ଓ ସ୍ୱାମୀଙ୍କ ଚିକିତ୍ସା ପାଇଁ ଅର୍ଥ ରୋଜଗାର କରିବାକୁ କର୍ମ କ୍ଷେତ୍ର ରେ ବାହରି ପଡନ୍ତି । ରହିବା ପାଇଁ ଘର ଖଣ୍ଡେ ନାହିଁ । ଘର ଭିତର କାନ୍ଥ ଭୁଶୁଡି ଯାଇଛି । ଏଭଳି ପରିସ୍ଥିତିରେ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ସହ ମୂଷାଙ୍କ ଚିକିତ୍ସା ପାଇଁ ସରକାର ସହାର୍ଯ୍ୟ ଦରକାର ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି । ସ୍ଥାନୀୟ ସରପଞ୍ଚ ସୌଭାଶିନ ନାଏକ ମୂଷାଙ୍କ ଚିକିତ୍ସା ଦିଗରେ ଯାହା ସାହଯ୍ୟ କରିବା କଥା ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ