Masthead

ଗଣମାଧ୍ୟମ ପ୍ରତିନିଧିଙ୍କୁ ଫରେଷ୍ଟ ଅଧିକାରୀଙ୍କ ଧମକ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରିବାକୁ ଧମକ ଦେଉଛନ୍ତି ଫରେଷ୍ଟ ଅଧିକାରୀ । ଦୁର୍ନୀତି ବିଷୟରେ ପଚାରିବାରୁ ବୁମ ଠେଲିବା ସହ ମାଡ଼ ମାରିବାକୁ ଧମକ ଦେଉଛନ୍ତି ସୁକିନ୍ଦା ବନ ବିଭାଗ ଫରେଷ୍ଟ ଅଧିକାରୀ । ଯାଜପୁର ଜିଲ୍ଲା ସୁକିନ୍ଦା ବନ ବିଭାଗର ଦାଦାଗିରି ସାମ୍ନାକୁ ଆସିଛି । ସୁକିନ୍ଦା ଅଞ୍ଚଳରେ ଅନେକ ସ୍ଥାନରେ ଚାରା ଘୋଟାଲା ହୋଇଥିବା ନେଇ ସୁକିନ୍ଦା ବନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଆକାଉଣ୍ଟ ଅଧିକାରୀ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଛନ୍ତି ।

ସୂଚନା ଅନୁସାରେ, ସୁକିନ୍ଦା ଅଞ୍ଚଳରେ ଅନେକ ସ୍ଥାନରେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ଚାଲିଥିବା କାମରେ ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ବନ ବିଭାଗ କାର୍ଯ୍ୟାଳୟ ଯାଇଥିଲେ ବଡ଼ ଖବର ପ୍ରତିନିଧି । ଏହି ସମୟରେ ଆକାଉଣ୍ଟ କର୍ମଚାରୀ ଭାବେ କାମ କରୁଛଥିବା ଜ୍ୟୋତିରଞ୍ଜନ ଜେନା ଆସି ଗେଟ ବନ୍ଦ କରିବାକୁ କହିବା ସହ କିଏ ନାହିଁ କିଏ ଆସି ପଶି ଯାଉଛନ୍ତି ଅଫିସ ରେ କାହିଁକି ଗେଟ ଖୋଲୁଛ ବୋଲି ସିକୁରିଟି ଗାର୍ଡକୁ କହିଥିଲେ । ଏବଂ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିବା ବେଳେ ଦୁର୍ବ୍ୟବହାର କରିଥିଲେ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ