Masthead

କଅଁଳ ବୟସରେ ସସାଂର ବୋଝ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଗରିବ କଲ୍ୟାଣ ପାଇଁ ସରକରୀ ତହବିଲରୁ ଖର୍ଚ୍ଚ ହେଇଛି କୋଟି କୋଟି ଟଙ୍କା । କିନ୍ତୁ ସରକାରୀ ବାବୁଙ୍କ ଉଦାସୀନତାରୁ ପ୍ରକୃତ ଲୋକ ଏହି ସୁବିଧାରୁ ବଞ୍ଚିତ । ଏଭଳି ଘଟଣା ଘଟିଛି ସୁକିନ୍ଦା ବ୍ଲକ ପିମ୍ପୁଡ଼ିଆ ପଞ୍ଚାୟତ ନୁଆଡ଼ିହ ଗାଁରେ । ଅର୍ଥ ଅଭାବରୁ ଚିକିତ୍ସା ନପାଇ ଜଣେ ଅସହାୟ ମହିଳା ଏବେ ଶଯ୍ୟାଶାୟୀ । କିଡ଼ିନ ରୋଗରେ ସେ ହେଉଛନ୍ତି ଛଟପଟ ।

ଅର୍ଥ ଅଭାବରୁ ଚିକିତ୍ସା ନପାଇ ସାତମାସ ତଳେ କଡିନି ରୋଗରେ ସ୍ୱାମୀ ଚାଲିଯିବା ପରେ ଏକମାତ୍ର ଝିଅ ସୀମା ସହ ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ପଡ଼ି ରହିଛନ୍ତି ଅହଲ୍ୟା । ରହିବା ପାଇଁ ନାଁ ଅଛି ଘର, ନା ମିଳୁଛି ଭତ୍ତା । ସରକାରୀ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ଉପହାସ ପାଲଟିଛି । ଏତିକିରେ ଦଇବ ସହିଲାନି । ଦୁର୍ବଳ ଶରୀରରେ ମଧ୍ୟ ପରଘରେ ମୂଲ ଲାଗୁଥିବା ଅହଲ୍ୟାଙ୍କୁ ମାଡ଼ି ବସିଲା ରୋଗ । ଏବେ ରୋଗୀଣା ମାଆର ପୂରା ଦାୟିତ୍ୱ ସୀମା ଉପରେ । ମାଆ-ଝିଅଙ୍କ ପେଟକୁ ଦାନା ମିଳୁନି । ସୀମା ପାହାଡ଼ରୁ କାଠ ଆଣି ବିକ୍ରି କରନ୍ତି । ଯେତିକି ରୋଜଗାର ହୁଏ, ମାଆ-ଝିଅଙ୍କ ପେଟକୁ ଦାନା ଯୋଗାଇବା ପାଇଁ ନଅଣ୍ଟ । ଏମିତିରେ ସରକାରୀ ସହାୟତାକୁ ଚାତକ ଭଳି ଚାହିଁ ରହିଛନ୍ତି ଉଭୟେ ମାଆ-ଝିଅ । ଏନେଇ ସୁକିନ୍ଦା ବିଡିଓଙ୍କୁ ପଚାରିବାରୁ ଅହଲ୍ୟାଙ୍କୁ ବିଧବା ଭତ୍ତା ସହ ଆବସ ଯୋଗାଇ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ବିଡିଓ କେବେ ତାଙ୍କ ପ୍ରତିଶ୍ରୁତି ପାଳନ କରୁଛନ୍ତି ‘ବଡ଼ ଖବର’ ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା