Masthead

ଆରପାରିରେ ସୁମିତ୍ରା ଭବ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମରାଠୀ ଫିଲ୍ମ ନିର୍ମାତା ସୁମିତ୍ରା ଭବଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ସେ ପୁନେର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୁମିତ୍ରା ଭାବଙ୍କ ଦେହାନ୍ତ ଖବରରେ ଇଣ୍ଡଷ୍ଟ୍ରିରେ ଏକପ୍ରକାର ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ତାଙ୍କର ଫୁସଫୁସରେ ଇନଫେକ୍ସନ୍ ସମସ୍ୟା ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |

୭୮ ବର୍ଷିୟ ସୁମିତ୍ରା ଭବ ଇଣ୍ଡଷ୍ଟ୍ରିକୁ ଏକରୁ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି । ସୁମିତ୍ରା ଭବଙ୍କ ସହ ଅନେକ ଫିଲ୍ମ ପ୍ରୋଜେକ୍ଟରେ କାମ କରିଥିବା ସୁନୀଲ ସୁକାନ୍ତକର କହିଛନ୍ତି ଯେ ତାଙ୍କର ଡାକ୍ତରଖାନାରେ ଫୁସଫୁସ ଇନଫେକ୍ସନ୍ ପାଇଁ ଚିକିତ୍ସା ଚାଲିଥିଲା । କୋଭିଡ୍ ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିଲା । ତେବେ ତାଙ୍କର ଇନଫେକ୍ସନ୍ ଅଧିକ ବଢି ଯାଇଥିବାରୁ ତାଙ୍କୁ ଗତ ୧୦ ଦିନ ହେବ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୁମିତ୍ରା ଭବ ଫିଲ୍ମ ନିର୍ଦ୍ଦେଶକ ତଥା ସ୍କ୍ରିପ୍ଟ ଲେଖକ ଭାବରେ ଅନେକ ଫିଲ୍ମ ନିର୍ମାଣ କରିଛନ୍ତି । ସେ ସୁକାନ୍ତକରଙ୍କ ସହ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତାଙ୍କର ସମାଲୋଚିତ ଫିଲ୍ମ ଗୁଡିକ ମଧ୍ୟରେ ‘ଧାରାବୀ ଫା’, ‘ଦେବରାଇ’, ‘ବସ୍ତୁପୁରୁଷ’ ଏବଂ ‘କାସଭ’ ଅନ୍ତର୍ଭୁକ୍ତ । ୫୦ ତମ ଜାତୀୟ ସମ୍ମାନ ସମାରୋହରେ ତାଙ୍କ ଫିଲ୍ମ ‘ବସ୍ତୁପୁରୁଷ’କୁ ମରାଠୀର ବେଷ୍ଟ ଫିଚର ଫିଲ୍ମ ଆୱାର୍ଡ ମିଳିଥିଲା । ଏହା ବ୍ୟତୀତ ‘କାସଭ’କୁ ୬୪ ତମ ଜାତୀୟ ଫିଲ୍ମ ପୁରସ୍କାରରେ ଶ୍ରେଷ୍ଠ ଫିଚର ଫିଲ୍ମ ପ୍ରଦାନ କରାଯାଇଥିଲା ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ