Before Header

ବିପଦ ସଂକେତ ଉପରେ ଜଳକା

0 34

ରେମୁଣା(ବଡ଼ ଖବର ବ୍ୟୁରୋ): ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ଭୟଭୀତ ଅବସ୍ଥାରେ ଚାଷୀ କୂଳ । ବନ୍ୟାପାଣିରେ ବୁଡ଼ି ରହିଛି ଶହ ଶହ ହେକ୍ଟର ଚାଷଜମି ଏବଂ ଗାଁ । ନଦୀର ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୭ଟା ସୁଧା ୭ ମିଟର ଉପରେ ପ୍ରବାହିତ ହେଉଛି ଜଳସ୍ତର।

ବର୍ଷା ଲାଗି ରହିଥିବା ଫଳରେ ନଦୀର ଉପର ମୁଣ୍ଡ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଦେଖା ଦେଇଛି । ବନ୍ୟା ଯୋଗୁଁ ବସ୍ତା ବ୍ଲକର ୧୨ ଟି ପଞ୍ଚାୟତ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଗାନ୍ଧୀ ଛକ ରୁ ବାଲିଆପାଳ କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Leave A Reply

Your email address will not be published.